Advertisment

ଛତିଶଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୩ ଓଡ଼ିଆ ଶ୍ରମିକ ମୃତ, ୧୬ ଆହତ

ସମସ୍ତ ଶ୍ରମିକ ଛତିଶଗଡ଼କୁ କୃଷି କାର୍ଯ୍ୟ ପାଇଁ ଯାଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ଛତିଶଗଡ଼ ବକାୱଣ୍ଡ ସ୍ଥିତ ରାଜନଗର ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକଅପ୍ ଭ୍ୟାନ୍ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବାରୁ ୩ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ଘର ନବରଙ୍ଗପୁର କୋଷାଗୁମୁଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି।

Advertisment

ମୃତକମାନେ ହେଲେ କୋଷାଗୁମୁଡା କେରା ଗାଁର ପୂର୍ଣ୍ଣି ଭତରା, ଶିରିଗୁଡ଼ା ଗାଁର ଧନାଇ ଭତ୍ରା ଓ ଦୟାବତୀ ସରାବୁ। ଆହତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତମାନଙ୍କୁ ଡିମରାପାଲ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି।

ସମସ୍ତ ଶ୍ରମିକ ଛତିଶଗଡ଼କୁ କୃଷି କାର୍ଯ୍ୟ ପାଇଁ ଯାଇଥିଲେ। କାମ ସାରି ପିକଅପ୍ ଭ୍ୟାନରେ ଫେରିବା ବାଟରେ  ସେମାନଙ୍କର ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।

Advertisment

ଅନ୍ୟପକ୍ଷରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମେଡିକାଲ ଯାଇ ଆହତଙ୍କୁ ଭେଟିବା ସହ ସେମାନଙ୍କ ଆଶୁ  ଆରୋଗ୍ୟ କାମନା କରିଛନ୍ତି।

Accident Nabarangpur