Advertisment

ବାର୍‌ହା ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସେଥିରେ ପଡ଼ି ଚାଲିଗଲା ୩ ହାତୀଙ୍କ ଜୀବନ !

ଆଜି ସକାଳେ ସ୍ଥାନୀୟ ଲୋକେ ବୁରମାଲ ଜଙ୍ଗଲ ୩ଟି ହାତୀ ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Elephant Death

Elephant Death

ବାରହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର। ଦୁର୍ଭାଗ୍ୟ ବଃଶତ ସେହି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩ ହାତୀଙ୍କ ଜୀବନ। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଂଜ ବୁରମାଲ ଜଙ୍ଗଲରୁ ଆଜି ସକାଳେ ୩ଟି ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀମାନଙ୍କ ମଧ୍ୟରେ ୨ଟି ବଡ଼ ହାତୀ ଥିବା ବେଳେ ଗୋଟିଏ ଛୁଆ ହାତୀ ଥିବା ଜଣାଯାଇଛି।

Advertisment

ଆଜି ସକାଳେ ସ୍ଥାନୀୟ ଲୋକେ ବୁରମାଲ ଜଙ୍ଗଲ ୩ଟି ହାତୀ ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। କିଛି ଦିନ ହେବ ନାକଟିଦେଉଳ ରେଂଜରେ ହାତୀ ପଲ ଚଳପ୍ରଚଳ କରୁଥିଲେ। ଗତକାଲି ରାତିରେ ଖାଦ୍ୟ ଅନ୍ୱେଷଣରେ ଯାଇ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଜାଲରେ ପଡ଼ି ଜୀବନ ଯାଇଥିବା ଜଣାଯାଇଛି।

ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି, ବାରହା ଶିକାର ପାଇଁ ବିଛାଯାଇଥିବା ଜାଲରେ ପଡ଼ି ୩ ହାତୀର ଜୀବନ ଯାଇଛି ବୋଲି ଜଣାପଡ଼ିଛି। ଆମ ବିଭାଗର ପାଟ୍ରୋଲିଂ କରୁଥିବା କର୍ମଚାରୀଙ୍କ ତ୍ରୁଟି ଯୋଗୁ ଏହି ଘଟଣା ଘଟିଛି। ଏକା ସଙ୍ଗେ ୩ଟି ହାତୀ ମୃତ୍ୟୁ ବରଣ କରିବା ଦୁର୍ଭାଗ୍ୟ ଜନକ। ବିଦ୍ୟୁତ ବିଭାଗ ସହ ବନ ବିଭାଗ ପାଟ୍ରୋଲିଂ ଠିକ୍ ଭାବେ କରିନି। ପାଟ୍ରୋଲିଂ କରି ବିଛାଯାଇଥିବା ବିଦ୍ୟୁତ୍‌ ତାରକୁ ହଟାଇବାର ଥିଲା। ସିସିଏଫ୍ ଓ ଆର୍‌ସିସିଏଫ୍‌ଙ୍କୁ ଘଟଣା ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟପ୍ରାଣୀ ମୁଖ୍ୟାଳୟର ଜଣେ CCFଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରସ କରାଯିବ।

Advertisment
Sambalpur Elephant Death