Advertisment

ଆମେରିକାରେ ଭୟଙ୍କର ସଡ଼କ ଦୁର୍ଘଟଣା; ୩ ଭାରତୀୟ ମହିଳା ମୃତ

ମୃତ ତିନି ମହିଳାଙ୍କ ଘର ଗୁଜରାଟର ଆନନ୍ଦ ଜିଲ୍ଲାରେ।

Accident Car

Accident Car

Advertisment

ଆମେରିକାରେ ଭୟଙ୍କର ସଡ଼କ ଦୁର୍ଘଟଣା। ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତକମାନେ ଭାରତୀୟ ବୋଲି ଜଣାପଡିଛି। ମୃତ ତିନି ମହିଳାଙ୍କ ଘର ଗୁଜରାଟର ଆନନ୍ଦ ଜିଲ୍ଲାରେ। 

Advertisment

ସୂଚନା ଅନୁସାରେ, ସେମାନେ ଏକ SUV ଯୋଗେ ଯାତ୍ରା କରୁଥିଲେ। କାରଟି ଦ୍ରୁତଗତିରେ ଅନ୍ୟ ସମସ୍ତ ଗାଡ଼ିକୁ ଓଭରଟେକ୍ କରି ଚାଲିଥିଲା। ଫଳରେ ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ହୋଇଥିଲା। ଗଛକୁ ବାଡେଇ ହୋଇ କାରଟି ପ୍ରାୟ ୨୦ ଫୁଟ୍ ଉପରକୁ ଉଠି ଯାଇଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି।

ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉପସ୍ଥିତ ଲୋକେ ଭୟଭୀତ ହୋଇ ଯାଇଥିଲେ। ଘଟଣାସ୍ଥଳରେ ତିନି ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।   

Advertisment

ଜଣେ ଅଧିକାରୀ କହିଛନ୍ତି ଯେ, କାରର ବେଗ ଆବଶ୍ୟକତାଠାରୁ ଖୁବ୍ ଅଧିକ ଥିଲା। ଦୁର୍ଘଟଣା ପରେ କାରଟି ଖଣ୍ଡ ଖଣ୍ଡ ହୋଇଯାଇଛି। ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମୋର୍ଟମ ପାଇଁ ପଠାଯାଇଛି।  

Accident Road Accident US Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe