/odisha-reporter/media/post_attachments/uploadimage/library/16_9/16_9_0/IMAGE_1692336345.jpg)
Road Accident
ଟ୍ରାକ୍ଟର ଓଲଟି ଡ୍ରାଇଭର ସମେତ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବାହାଳି ଗାଁରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଟ୍ରାକ୍ଟର ଡ୍ରାଇଭର ରାକେଶ ପୋଢ଼, ଶ୍ରମିକ ମନୋଜ ପୋଢ଼ ଏବଂ ଓମ ନାଏକ।
Advertisment
ଆଜି ସକାଳେ ଟ୍ରାକ୍ଟର ଡ୍ରାଇଭର ରାକେଶ ମନୋଜ ଓ ଓମଙ୍କୁ ନେଇ ଚାଷ ଜମିକୁ ଯାଉଥିଲେ। ଏହି ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରାକ୍ଟର ତଳେ ରାକେଶ ସହ ଦୁଇ ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ରାକେଶଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
