Advertisment

ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍

ବସ୍‌ରେ ୬୦ରୁ ଅଧିକ ଯାତ୍ରୀ ଥିଲେ।

Road Accident

Road Accident

Advertisment

ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ରାତି ୩ଟା ସମୟରେ ଯାତ୍ରୀବାହୀ ବସ୍‌ଟି ଭୁବନେଶ୍ୱରରୁ ଦୀଘା ଅଭିମୁଖେ ଯାଉଥିଲେ। ବରୁଣଗଡିଆ ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ବସଟି ପଛରୁ ଧକ୍କା ଦେଇଥିଲା। ପୁଲିସ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଜଳେଶ୍ଵର ହସ୍ପିଟାଲରେ ଭର୍ତ୍ତି କରିଛି।

ବସ୍‌ରେ ୬୦ରୁ ଅଧିକ ଯାତ୍ରୀ ଥିଲେ। ପୁଲିସ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Balasore Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe