Advertisment

୩ କଲେଜ ଛାତ୍ରୀଙ୍କୁ ଧକ୍କା ଦେଇ ଓଲଟି ପଡ଼ିଲା ଟ୍ରକ୍

ପୁଲିସ ଦୁର୍ଘଟଣାଗସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Accident

Accident

Advertisment

୩ କଲେଜ ଛାତ୍ରୀଙ୍କୁ ଧକ୍କା ଦେଇ ଓଲଟି ପଡ଼ିଲା ଟ୍ରକ୍। ବରଗଡ଼ ଜିଲ୍ଲା କାଦବାହାଲ ଛକରେ ଆଜି ସକାଳେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଆହତ ଛାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ବର୍ଲା ସ୍ଥାନାନ୍ତର କରାଯାଇଛି। ଛାତ୍ରୀମାନେ ସ୍ଥାନୀୟ ଲରମ୍ଭା କଲେଜରେ ପଢୁଥିବା ଜଣାପଡ଼ିଛି।

Advertisment

ଆଜି ସକାଳେ ୩ ଜଣ ଛାତ୍ରୀ ସାଇକେଲ ଯୋଗେ କଲେଜ ଯାଉଥିଲେ। ଏହି ସମୟରେ କାଦବାହାଲ ଛକରେ ବୀପରିତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ୩ ଜଣ ଛାତ୍ରୀଙ୍କୁ ଧକ୍କା ଦେଇଥିଲା। ପରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଛାତ୍ରୀମାନେ ଟ୍ରକ୍ ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଓ ପୁଲିସ ୩ କଲେଜ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ନିଟକ ହସପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପରେ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର  କରାଯାଇଥିଲା।  

ପୁଲିସ ଦୁର୍ଘଟଣାଗସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Road Accident Baragarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe