Advertisment

ଦୁଇଟି ଟ୍ରକ୍ ମୁହାଁମୁହିଁଁ ଧକ୍କା; ଚାପି ହୋଇ ରହିଛନ୍ତି ୩

୨ଟି ଗାଡ଼ିରେ ଥିବା ଡ୍ରାଇଭର ଓ ହେଲପର ଚାପି ହୋଇରହିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ୪୯ନମ୍ବର ଜାତୀୟ ରାଜପଥର ବୈତରଣୀ ପୋଲ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ ମୁହାଁମୁହିଁଁ ଧକ୍କା ହେବା ଫଳରେ ଗାଡ଼ି ମଧ୍ୟରେ ଚାପି ହୋଇ ରହିଛନ୍ତି ତିନି ଜଣ। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି।

Advertisment

ଆଜି ସକାଳେ ଏକ ଧାନ ବୋଝେଇ ଟ୍ରକ୍ ବୈତରଣୀ ପୋଲ ଦେଇ ଯାଉଥିବା ବେଳେ ବୀପରିତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁଁ ଧକ୍କା ହୋଇଥିଲା। ଫଳରେ ୨ଟି ଗାଡ଼ିରେ ଥିବା ଡ୍ରାଇଭର ଓ ହେଲପର ଚାପି ହୋଇଯାଇଥିଲେ।

କରଞ୍ଜିଆ, ତୁରୁମୁଙ୍ଗା ପୁଲିସ ସହିତ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ ୩ ଜଣଙ୍କୁ  ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି।  ଗାଡ଼ି ଭିତରେ ୩ ଜଣ ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି।

Advertisment
Road Accident Mayurbhanj