Advertisment

ବାଇକ ଓ ବୋଲେରୋ ମୁହାଁମୁହିଁ ଧକ୍କା; ୩ ଆହତ

ଦୁର୍ଘଟଣା ଘଟାଇଥିବା ବୋଲେରୋ ଗେଲ ଇଣ୍ଡିଆ ଗ୍ୟାସ ଲାଇନ କାମରେ ନିୟୋଜିତ ଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
Accident

Accident

Advertisment

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା କଟ୍ରାକଣା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି।  ବାଇକ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଲକ୍ଷ୍ମୀପୁର ଥାନା ବଡ଼ଶଙ୍କା ଗ୍ରାମର ଶର୍ମ ପ୍ରେପେକା,ସାରଥୀ ପ୍ରେପେକା, ଠଣ ପ୍ରେପେକା।

Advertisment

ଆଜି ସକାଳେ ବୋଲେରୋରେ ୩ ଜଣ ବାଇକ ଆରୋହୀ ବଡ଼ଶଙ୍କାରୁରୁ ଲକ୍ଷ୍ମୀପୁର ଅଭିମୁଖେ ଆସୁଥିଲେ। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ବୋଲେରୋ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣରେ ୩ ଜଣ ବାଇକ ଆରୋହୀ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କୋରାପୁଟ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣଙ୍କୁ ଲକ୍ଷ୍ମୀପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। 

ଦୁର୍ଘଟଣା ଘଟାଇଥିବା ବୋଲେରୋ ଗେଲ ଇଣ୍ଡିଆ ଗ୍ୟାସ ଲାଇନ କାମରେ ନିୟୋଜିତ ଥିବା ଜଣାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। 

Advertisment
Road Accident Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe