Advertisment

ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରକ୍; ୩ଛାତ୍ର ଆହତ

ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଗାଡ଼ି ଛାଡି ଫେରାର ହୋଇ ଯାଇଛି।

author-image
Tapaswini Nayak
Accident

Accident

ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରକ୍।  ଦୁର୍ଘଟଣାରେ ୩ ଛାତ୍ର ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୫ର ହାଲିପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Advertisment

ଆଜି ସକାଳେ ଛାତ୍ରଛାତ୍ରୀମାନେ ଅଟୋ ଯୋଗେ ସ୍କୁଲ ଯାଉଥିଲେ। ହାଲିପାଲି ନିକଟରେ ଏକ ଟ୍ରକ୍‌ ଆସି ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ତକଳୁ ଖସି ଯାଇଥିଲା। ଦୁର୍ଘଟଣାରେ ୩ ଜଣ ଛାତ୍ର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଗାଡ଼ି ଛାଡି ଫେରାର ହୋଇ ଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। 

Sambalpur Road Accident