Advertisment

ହାଇୱା ଓ କାର୍ ମୁହାଁମୁହିଁ ଧକ୍କା; ୩ ଗୁରୁତର

ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଛି।

author-image
Tapaswini Nayak
Road accident

Road accident

କୋରାପୁଟ ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର୍ ଜାତୀୟ ରାଜପଥ ଟିମାଝଲା ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱା ଓ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ କାର୍ ଚାଳକଙ୍କ ସମେତ ତିନି ଜଣ ଗୁରୁତର ହୋଇଛନ୍ତି।

Advertisment

ଆହତ ସମସ୍ତଙ୍କୁ ଉଦ୍ଧାର କରାଯାଇ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କର ପରିଚୟ ମିଳିନାହିଁ।

ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଛି। ଲକ୍ଷ୍ମୀପୁର ପୁଲିସ୍ ପହଞ୍ଚି କାରକୁ କଟର ସାହାଯ୍ୟରେ କାଟି ୪ ଗୁରୁତରଙ୍କୁ ବାହାର କରିଥିଲା। ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

Advertisment

ଦୁର୍ଘଟଣାରେ କାରର ସମ୍ମୁଖ ଅଂଶଟି ଭାଙ୍ଗିରୁଜି ଯାଇଛି। ପୁଲିସ ଦୁଇଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Roadaccident Koraput