Advertisment

ବଜ୍ରପାତରେ ୬ ଜଣଙ୍କ ମୃତ୍ୟୁ, ଆଉ ୫ ଗୁରୁତର

ଭଦ୍ରକ ଜିଲ୍ଲାରା ୨ ଜଣ ଓ ବାଲେଶ୍ୱର ଜିଲ୍ଲାରେ ଜଣେ ବ୍ୟକ୍ତି ବଜ୍ରପାତ ଯୋଗୁ ପ୍ରାଣ ହରାଇଛନ୍ତି।

ଅଦ୍ୟତନ ହୋଇଛି
Lightning

Lightning

Advertisment

ପୁଣି ଆକାଶରୁ ଖସିଛି ମୃତ୍ୟୁ। ପ୍ରବଳ ବର୍ଷା ବେଳେ ବିଜୁଳି ମାରିବାରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ୬ ଜଣଙ୍କ ଜୀବନ ଯାଇଛି। ସେହିପରି ଆଉ ୫ ଜଣ ଗୁରୁତର ଆହତ ହୋଇଛି। ଭଦ୍ରକ ଜିଲ୍ଲାରା ୩ ଜଣ, କେନ୍ଦ୍ରାପଡ଼ା ଢେଙ୍କାନାଳ ଓ ବାଲେଶ୍ୱର ଜିଲ୍ଲାରେ ଜଣେ ଲେଖାଏ ବ୍ୟକ୍ତି ବଜ୍ରପାତ ଯୋଗୁ ପ୍ରାଣ ହରାଇଛନ୍ତି। ସେହିପରି ଭଦ୍ରକରେ ୨ ଜଣ ଓ ସମ୍ବଲପୁରରେ ବିଜୁଳି ମାଡ଼ରେ ୩ ଜଣ ଚାଷୀ ଗୁରୁତର ହୋଇଛନ୍ତି।

Advertisment

ଭଦ୍ରକ ଜିଲ୍ଲାରେ ପ୍ରାଣ ହରାଇଥିବା ଦୁଇ ବ୍ୟକ୍ତି ହେଲେ ଗୌର ଦାସ ଓ ରାକେଶ ତିଆଡ଼ି। ଉଭୟ ବିଲରେ କାମ କରୁଥିବା ବେଳେ ହଠାତ୍‌ ବଜ୍ରାଘାତର ଶିକାର ହୋଇଥିଲେ। ଗୌରଙ୍କ ଘର ଭଦ୍ରକ ଜିଲ୍ଲା ଆଗରପଡା ଥାନା ଭଗାରାମ ଗାଁରେ ଓ ରକେଶଙ୍କ ଘର ବାଲେଶ୍ୱର ଜିଲ୍ଲା ଖଇରା ଥାନା ପଦୁନା ଗାଁରେ।

ବଜ୍ରପାତର ଶିକାର ହେବା ପରେ ଉଭୟଙ୍କୁ ଗୁରୁତର ଅଵସ୍ଥାରେ ଆଗରପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗୋପୀନାଥପୁର ଅଞ୍ଚଳର ରମାକାନ୍ତ ସାହୁ ଓ ହରିପୁର ଅଞ୍ଚଳର ଚଞ୍ଚଳା ମହଲା ମଧ୍ୟ ବଜ୍ରପାତରେ ଗୁରୁତର ଆହତ ହୋଇଛନ୍ତି। ଏବେ ଉଭୟଙ୍କ ଚିକିତ୍ସା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଛି। ବନ୍ତ ବ୍ଲକ୍‌ ଚାରି ଗାଁରେ ବିଲରେ କାମ କରିବା ବେଳେ ଜଣେ ବଜ୍ରପାତରେ ପ୍ରାଣ ହରାଇଛନ୍ତି। 

Advertisment

ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ବଜ୍ରପାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ନୀଳଗିରି ଥାନା ଅଧିନ ଓଲଡଙ୍ଗ ଅଞ୍ଚଳରେ କିଛି ଶ୍ରମିକ ଗରଡ଼ିହି ଅଞ୍ଚଳରୁ ଆସି ବିଲରେ କାମ କରୁଥିଲେ। ମଧ୍ୟାହ୍ନ ସମୟରେ ହଠାତ୍‌ ବର୍ଷା ସହ ବିଜୁଳି ମାରିଥିଲା।

ଏଥିରେ ଜଣେ ଶ୍ରମିକ ଟଳି ପଡିଥିଲେ। ତାଙ୍କୁ ୧୦୮ ଆମ୍ବଲାନ୍ସ ରେ ନୀଳଗିରି ହସ୍ପିଟାଲ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଶ୍ରମିକ ଜଣଙ୍କ ହେଲେ ଗରଡ଼ିହି ଅଞ୍ଚଳର ଭୀମ ମାଝୀ। ତେବେ ତାଙ୍କ ସହ ବିଲରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ସୁରକ୍ଷିତ ରହିଛନ୍ତି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାଦୁଆ ଗାଁରେ ବଜ୍ରାଘାତ ଘଟି ଜଣେ ଚାଷୀଙ୍କ ଜୀବନ ଯାଇଛି। ମୃତ ଚାଷୀ ଜଣଙ୍କ କାଦୁଆ ଗାଁର ଭୀମସେନ ପରିଡ଼ା। ଭୀମସେନ ଗାଁ ପାଖ ଚାଷ ଜମିକୁ କାମ କରିବାକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ଚାଷ ଜମିରୁ ତାଙ୍କ ଆସିବା ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ତେବେ ସେ ଚାଷ ଜମି ଭିତରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ମେଡିକାଲ ନିଆ ଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବଜ୍ରପାତ କେନ୍ଦ୍ରାପଡ଼ାରେ ମଧ୍ୟ ଜଣେ ଚାଷୀଙ୍କ ଜୀବନ ନେଇଛି। ବଜ୍ରପାତରେ ସଦର ଥାନା ଅନ୍ତର୍ଗତ ଆୟବା ଗାଁର ଚାଷୀ ବଳରାମ ନାୟକଙ୍କ ମୃତ୍ୟୁ ଘଟିଛି। ମୃତ ବଳରାମଙ୍କ ବୟସ ୫୫ ବର୍ଷ। ଆଜି ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ ବଳରାମ ନିଜ ଜମିରେ ଧାନ ତଳି ରୋଉ ଥିଲେ। ଏହି ସମୟରେ ପ୍ରବଳ ବର୍ଷା ହେବା ସହ ଘଡ଼ଘଡ଼ି ମାରିଥିଲା। ହଠାତ୍ ବଳରାମଙ୍କ ଉପରେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବଲପୁର ଜିଲ୍ଲା ତବଲା ଗାଁରେ ବଜ୍ରପାତରେ ୩ ଜଣ ଆହତ ହୋଇଛନ୍ତି। ପ୍ରଥମେ ସେମାନଙ୍କୁ ସମ୍ବଲପୁର ଜିଲ୍ଲା ସଦର ହସ୍ପିଟାଲକୁ ନିଆଯାଇ ଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତବଲା ଗ୍ରାମର ଶ୍ରୀକାନ୍ତ ପ୍ରଧାନ, ଶୁକ୍ଳ ମୁଣ୍ଡା ଓ ସୁମନ୍ତ ମାଝୀ ଆଜି ନିଜ ଚାଷ ଜମିରେ କାମ କରୁଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ଚାଷୀମାନେ ଗୁରୁତର ଆହତ ହୋଇଥିଲେ।

Odisha Lightening Death Lighting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe