Advertisment

ତୀର୍ଥ ଯାତ୍ରା ହେଲା ଅନ୍ତିମ ଯାତ୍ରା, ସଡ଼କ ଦୁର୍ଘଟଣାରେ ୩ ମୃତ

ଅଯୋଧ୍ୟାରୁ ବୃନ୍ଦାବନ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ। ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

Road Accident

Road Accident

Advertisment

ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା। ଅଯୋଧ୍ୟାରୁ ବୃନ୍ଦାବନ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଶୁକ୍ରବାର ଅଯୋଧ୍ୟାରୁ ବୃନ୍ଦାବନ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଟ୍ରାଭେଲର ବସ୍ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ନାସିରପୁର ଥାନା ଅଞ୍ଚଳରେ ଏକ ମିନି ଟ୍ରକ୍ ସହ ଧକ୍କା ହେବା ଫଳରେ ୩ ଜଣ ଯାତ୍ରୀଙ୍କର ଜୀବନ ଯାଇଛି।

Advertisment

ଦୁର୍ଘଟଣା ସଂପର୍କରେ ସୂଚନା ଦେଇ ଅତିରିକ୍ତ ପୁଲିସ ଅଧୀକ୍ଷକ (ଗ୍ରାମୀଣ) ଅଖିଳେଶ ଭଦୋରିଆ କହିଛନ୍ତି ଯେ, ବସ୍ ଅଯୋଧ୍ୟାରୁ ତୀର୍ଥଯାତ୍ରୀଙ୍କୁ ନେଇ ମଥୁରା ଅଭିମୁଖେ ଯାଉଥିଲା। ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ନାସିରପୁର ଥାନା ଅଞ୍ଚଳରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ମିନି ଟ୍ରକକୁ ଧକ୍କା ଦେଇଥିଲା। କଣ୍ଟ୍ରୋଲ ରୁମରେ ସୂଚନା ପାଇବା ପରେ UPEIDAର ସୁରକ୍ଷା ଅଧିକାରୀ ଏବଂ ବରିଷ୍ଠ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବସ୍‌ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ।

ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କ କହିବାନୁସାରେ, ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ୧୨ ଜଣ ଦୁର୍ଘଟଣାରେ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାୟ ୧୭ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଟ୍ରାଭେଲର ବସଟି ଅଯୋଧ୍ୟାରୁ ବୃନ୍ଦାବନ ଅଭିମୁଖେ ଯାଉଥିଲା। ସମସ୍ତ ଯାତ୍ରୀ ଦାଦ୍ରା ନଗର ହାଭେଳି ଏବଂ ଗୁଜରାଟର ବାସିନ୍ଦା।

Advertisment
Accident Road Accident UP Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe