Advertisment

କାର୍‌କୁ ପିଟିଲା ବାଇକ୍‌, ୩ ଯୁବକଙ୍କ ମୃତ୍ୟୁ

ଛତିଶଗଡ଼ରୁ ଗୋଟିଏ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ର ଯାଉଥିଲେ। ତେବେ କାର୍‌ଟି ଦଶପଲ୍ଲା ଥାନା ସୁବଳୟା ଛକ ନିକଟରେ ସମ୍ମୁଖରୁ ଆସୁଥିବା ଗୋଟିଏ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିଲା।

Accident

Accident

Advertisment

କାର୍‌କୁ ପିଟିଲା ବାଇକ୍‌। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦଶପଲ୍ଲା ଥାନା ସୁବଳୟା ଛକରେ ଘଟିଛି। ଏହାକୁ ନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିବେଶ ଶାନ୍ତ ପଡ଼ିଛି।

Advertisment

ଛତିଶଗଡ଼ରୁ ଗୋଟିଏ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ର ଯାଉଥିଲେ। ତେବେ କାର୍‌ଟି ଦଶପଲ୍ଲା ଥାନା ସୁବଳୟା ଛକ ନିକଟରେ ସମ୍ମୁଖରୁ ଆସୁଥିବା ଗୋଟିଏ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ଦଶପଲ୍ଲା ଏନ୍‌ଏସିର ଗୋକୁଳାନନ୍ଦ ନାୟକ, ପରମେଶ୍ୱର ଜାନୀ ଓ ଦୀପଦ ମେଦିନ ରାୟ। ଏହାକୁ ନେଇ ଦୁର୍ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଯିବା ଆସିବା ଠପ୍‌ ହୋଇଯାଇଥିଲା।

ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲା ପୁଲିସ୍‌। ଉତ୍ତ୍ୟକ୍ତ ଲୋକଙ୍କଠାରୁ କାର୍‌ ଡ୍ରାଇଭରକୁ ଉଦ୍ଧାର କରିଥିଲା। ମୃତଦେହ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡ଼ିକାଲ୍‌ ପଠାଇ ଦେଇଛି। ବୁଝାସୁଝା କରିବା ପରେ ଉତ୍ତେଜନା ପରିବେଶ ଶାନ୍ତ ପଡ଼ିଛି। ବର୍ତ୍ତମାନ ଗାଡ଼ି ଚଳାଚଳ ସ୍ୱଭାବିକ ହୋଇଛି। ପୁଲିସ୍‌ କାର୍‌ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ପୁଲିସ୍‌ ତାହା ଉପରେ ତଦନ୍ତ ଚଳାଇଛି।

Advertisment

ରିପୋର୍ଟ- ଦଶପଲ୍ଲାରୁ ସଞ୍ଜୀବ ସାହୁ

Accident Roadaccident Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe