Advertisment

କାମ କରୁଥିବା ବେଳେ ଭୁଶୁଡ଼ି ପଡ଼ିଲା ସେଣ୍ଟ୍ରିଂ; ୩ ଓଡ଼ିଆ ଶ୍ରମିକ ମୃତ

ଗତକାଲି ସକାଳେ ହାଇଦ୍ରାବାଦରେ ଏକ ୫ ମହଲା କୋଠାରେ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଶ୍ର

ଅଦ୍ୟତନ ହୋଇଛି
Sentring Broken

Sentring Broken

Advertisment

ନିର୍ମାଣାଧୀନ କୋଠାର ସେଣ୍ଟ୍ରିଂ ଭୁଶୁଡ଼ି ୩ଜଣ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ଘଟିଛି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ।

Advertisment

ମୃତକମାନେ ହେଲେ ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ମୁଦୁଲିପଡା ପଞ୍ଚାୟତ ବଡପଦା ଗାଁର ସନ୍ତୁ ବଡନାୟକ, ସୋନିଆ କଲମ ଏବଂ ସୋନିଆ ବଡନାୟକ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି  ୧୦ଟା ସମୟରେ ହାଇଦ୍ରାବାଦରେ ଏକ ୫ ମହଲା କୋଠାରେ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଶ୍ରମିକମାନେ ଏହି ସମୟରେ କୋଠାରେ କାମ କରୁଥିଲେ।  ହଠାତ୍  କୋଠାର ସେଣ୍ଟ୍ରିଂ ଭୁଶୁଡ଼ି ପଡ଼ିଥିଲା। ଏହି ସେଣ୍ଟ୍ରିଂ ତଳେ ୬ଜଣ ଓଡ଼ିଆ ଶ୍ରମିକ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।   ମୃତାହତଙ୍କ ପରିବାର ଲୋକେ ହାଇଦ୍ରାବାଦ ଯାଇଛନ୍ତି।   ମୃତଦେହ କିପରି ଓଡ଼ିଶା ଅଣାଯିବ ଓ ଆହତମାନଙ୍କୁ କିପରି ଉତ୍ତମ ଚିକିତ୍ସା କରାଯିବ ସେନେଇ ହାଇଦ୍ରାବାଦ  ଜିଲ୍ଲାପ୍ରଶାସନ ସହ କଥା ହେବେ। 

Advertisment

ନିମ୍ନମାନର କାମ ଯୋଗୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି। ବଣ୍ଡାଘାଟିର ଅନେକ ଯୁବକ ହାଇଦ୍ରାବାଦ ଯାଇ ଶ୍ରମିକଭାବେ କାମ କରୁଛନ୍ତି।

Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe