Advertisment

ପାଇପ୍‌ ଲାଇନ୍‌ କାମ ବେଳେ ଧସିଲା ମାଟି, ୩ ଶ୍ରମିକ ମୃତ

ଗତ ରାତିରେ କାମ ଚାଲିଥିବା ବେଳେ ତଳେ ୩ ଶ୍ରମିକ ଥିଲେ। ହଠାତ୍‌ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଥିଲା।

Spot

Spot

Advertisment

ଯାଜପୁର ଜିଲ୍ଲା ବିଞ୍ଝାରପୁର କପିଳା ରାହାଁସ ନିକଟରେ ଗତ ରାତିରେ ମାଟି ଅତଡ଼ା ଖସି ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଲଏଣ୍ଡଟି ପାଇପ ଲାଇନ କାମ ବେଳେ ଏହି ଅଘଟଣ ଘଟିଛି। ମୃତ ୩ ଜଣ ତାମିଲନାଡ଼ୁ ଓ ବିହାରର ବୋଲି ଜଣାପଡ଼ିଛି।

Advertisment

କପିଳା ପଞ୍ଚାୟତ ରାହାଁସ ନିକଟରେ L&D କମ୍ପାନୀର ପାଇପ ଲାଇନ୍‌ କାମ ଚାଲିଛି। ଗତ ରାତିରେ କାମ ଚାଲିଥିବା ବେଳେ ତଳେ ୩ ଶ୍ରମିକ ଥିଲେ। ହଠାତ୍‌ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଥିଲା।

ଘଟଣାସ୍ଥଳରେ ଉପସ୍ଥିତି ଲୋକେ ତୁରନ୍ତ ୩ ଶ୍ରମିକଙ୍କୁ ଉଦ୍ଧାର କରି ପ୍ରଥମେ ବିଞ୍ଝାରପୁର ମେଡିକାଲକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଡାକ୍ତର ଯାଜପୁର ରେଫର କରିଦେଲେ। ମାତ୍ର ସେଠାରେ ଡାକ୍ତର ସମସ୍ତ ୩ ଶ୍ରମିକଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି। ଏହି ଅଘଟଣରେ ଆଉ କିଛି ଶ୍ରମିକ ଆହତ ହୋଇଥିବା ଜଣାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। 

Advertisment

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଠିକା ସଂସ୍ଥାକୁ ପଚରାଉଚରା କରୁଛି। ବ୍ୟବଚ୍ଛେଦ ପରେ ମୃତଦେହଗୁଡ଼ିକୁ ସେମାନଙ୍କ ରାଜ୍ୟକୁ ପଠାଯିବ ବୋଲି ଜଣାଯାଇଛି।

Accident Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe