Advertisment

ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ ଶ୍ରମିକଙ୍କ ଜୀବନ, ଜଣେ ଗୁରୁତର

ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳୁଥିବା ବେଳେ ଘଟିଛି ଅଘଟଣ । ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି

Medical

Medical

Advertisment

ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳୁଥିବା ବେଳେ ଘଟିଛି ଅଘଟଣ । ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସମ୍ବଲପୁର ଜିଲ୍ଲା ଯମନକିରା ଥାନା ପୁକୁଡ଼ା ଗାଁରେ ଘଟିଛି ଏହି ଅଘଟଣ ।

Advertisment

ମୃତକମାନେ ହେଲେ ଶ୍ରୀକାନ୍ତ ମୁଣ୍ଡା, ଭରତ ରଣା ଓ ବସନ୍ତ ଦେହୁରୀ। ଗୁରୁତର ସିଦ୍ଧାର୍ଥ ମୁଣ୍ଡାଙ୍କୁ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ୪ ଶ୍ରମିକ ପୁକୁଡ଼ା ଗାଁରେ ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳିବା କାମରେ ନିୟୋଜିତ ଥିଲେ। ମାତ୍ର କିଛି ସମୟ ପରେ ହଠାତ୍‌ ସମସ୍ତେ ଅଣନିଶ୍ୱାସୀ ହୋଇ ଅଚେତ ହୋଇ ପଡ଼ିଥିଲେ।

Advertisment

ତୁରନ୍ତ ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ୪ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହ ସିଦ୍ଧାର୍ଥ ମୁଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe