Advertisment

ରାତିରେ ରାସ୍ତା କାମ କରୁଥିଲେ ୩ ଶ୍ରମିକ, ମାଡ଼ି ଦେଲା ଟ୍ରକ୍‌

ମୃତକ ୩ ଶ୍ରମିକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ସେମାନେ NHAIର ଠିକା କର୍ମଚାରୀ ବୋଲି ଜଣାଯାଇଛି।

Accident

Accident

Advertisment

ରାତିରେ ରାସ୍ତା କାମରେ ନିୟୋଜିତ ଥିଲେ ୩ ଶ୍ରମିକ । ହଠାତ୍‌ ମାଡ଼ି ଆସିଲା ଟ୍ରକ୍‌। ଆଉ ୩ ଜଣଙ୍କୁ ଦଳି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲା ସୋହେଲା ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗତ ବିଳମ୍ବିତ ରାତିରେ ଘଟିଛି ଏହି ଦୁଃଖଦ ଘଟଣା।

Advertisment

ମୃତକ ୩ ଶ୍ରମିକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ସେମାନେ NHAIର ଠିକା କର୍ମଚାରୀ ବୋଲି ଜଣାଯାଇଛି।

ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ରାସ୍ତା ଖରାପ ଥିବାରୁ ଗତ ରାତିରେ ସେଠାରେ ରାସ୍ତା କାମ ଚାଲିଥିଲା । ଉକ୍ତ ସମୟରେ ଆନ୍ଧାରରେ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଟ୍ରକ୍‌ଟି ଶ୍ରମିକମାନଙ୍କ ଉପରେ ଚଢ଼ି ଚାଲି ଯାଇଥିଲା।

Advertisment

ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କ ମୃତଦେହ ରାସ୍ତାରେ ପଡ଼ିଥିବା ଦେଖିବାକୁ ପାଇଲେ। ଖବର ପାଇ ତୁରନ୍ତ ସୋହେଲା ପୁଲିସ୍‌ ପହଞ୍ଚି ମୃତଦେହଗୁଡ଼ିକ ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ସମ୍ପର୍କରେ କିଛି ସୂଚନା ମିଳିନି।

BARAGADA Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe