/odisha-reporter/media/post_attachments/uploadimage/library/16_9/16_9_0/Attack_1703822904.jpg)
Attack
ବାରାହା ଆକ୍ରମଣରେ ୩ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦପୁର ଥାନା ଅନ୍ତର୍ଗତ ଅଅଁଳାକୁଦ ଗାଁରେ। ଆହତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି।
Advertisment
ଆଜି ସକାଳେ ଘର ବାରିପଟ ବାଡିରେ ଦୁଇ ଜଣ ଚାଷୀ ଚାଷ କାର୍ଯ୍ୟ କରୁଥିବା ସମୟରେ ସେମାନଙ୍କୁ ବାରହା ଆକ୍ରମଣ କରିଥିଲା। ସେହିପରି ଜଣେ ମତ୍ସ୍ୟଜୀବୀ ଚିଲିକାରୁ ମାଛମାରୀ ଫେରୁଥିବା ସମୟରେ ତାଙ୍କୁ ଜଙ୍ଗଲି ବାରହାଟି ଆକ୍ରମଣ କରିଥିଲା। ଆହତମାନଙ୍କୁ ପ୍ରଥମେ ନୂଆପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି।
ଗୋଟିଏ ଗାଁର ତିନିଜଣଙ୍କୁ ବାରହା ଆକ୍ରମଣ କରିବା ପରେ ଗ୍ରାମବାସୀ ଭୟବୀତ ହୋଇପଡ଼ିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
