Advertisment

ଫାଟିଲା ଗ୍ୟାସ ସିଲିଣ୍ଡର, ଭାଙ୍ଗିଲା ଘର; ପତିପତ୍ନୀଙ୍କ ସମେତ ୩ ଗୁରୁତର

ଫ୍ୟାନରୁ ସର୍ଟ ସର୍କିଟ୍ ହେବା ପରେ ଘରେ ଲାଗିଲା ନିଆଁ। ଫାଟିଗଲା ଗ୍ୟାସ ସିଲିଣ୍ଡର। ଉଡ଼ିଗଲା ଘରର ଛାତ।

ଅଦ୍ୟତନ ହୋଇଛି
Fire

Fire

Advertisment

ଫ୍ୟାନରୁ ସର୍ଟ ସର୍କିଟ୍ ହେବା ପରେ ଘରେ ଲାଗିଲା ନିଆଁ। ଫାଟିଗଲା ଗ୍ୟାସ ସିଲିଣ୍ଡର। ଉଡ଼ିଗଲା ଘରର ଛାତ। ଏହି ଅଘଟଣ ଯୋଗୁ ପତିପତ୍ନୀଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। 

Advertisment

ନୟାଗଡ଼ ଜିଲ୍ଲା ଭାପୁର ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ କ୍ୱାର୍ଟର୍ସରେ ଗତ ରାତିରେ ଏପରି ଭୟାବହ ଅଗ୍ନିକାଣ୍ଡ ହୋଇଛି। ରାତି ୩ଟା ବେଳେ ଏହି ଘଟଣା ଘଟିଛି।

ଘରେ ଶୋଇଥିଲେ ଭାପୁର ତହସିଲ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ଦାସ, ତାଙ୍କ ସ୍ତ୍ରୀ, ୩ ପିଲା ଓ ମା’। ହଠାତ ମା’ ଶୋଇଥିବା ରୁମରେ ଥିବା ଟେବୁଲ ଫ୍ୟାନ ବିଦ୍ୟୁତ୍‌ ସର୍ଟ ସର୍କିଟରୁ ନିଆଁ ଲାଗିଥିଲା। ଆଖି ପିଛୁଳାକେ ଚାରିଆଡେ ବ୍ୟାପିଥିଲା ନିଆଁ।

Advertisment

ସମସ୍ତେ ଭୟରେ ଘର ବାହାରକୁ ଚାଲି ଯାଇଥିଲେ। ନିଆଁ ବ୍ୟାପିବାରୁ ଘରେ ଥିବା ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହୋଇଥିଲା। ପ୍ରଚଣ୍ଡ ଶବ୍ଦ ହେବା ସହ ଉଡିଯାଇଥିଲା ଘର ଛାତ। ନିଆଁରେ କୈଳାସ, ତାଙ୍କ ପତ୍ନୀ ଓ ମାଆଙ୍କର ଶରୀରର ବିଭିନ୍ନ ସ୍ଥାନ ଜଳିଯାଇଛି।

ସ୍ଥାନୀୟ ଲୋକେ ସେମାନଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବର ପାଇ ଭାପୁର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି। ଏଥିଯୋଗୁ ସମସ୍ତ କ୍ୱାର୍ଟର୍ସରେ ଥିବା ସମଗ୍ର ସାମଗ୍ରୀ ଜଳି ଯାଇଛି।

Gas Cylinder Blast Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe