Advertisment

୩ ଯୁବତୀଙ୍କ ଉପରେ କାର ଚଢାଇ ଦେଲା ମଦ୍ୟପ ଢ଼ାବା ମାଲିକ!

ପାଟଣାଗଡ଼-କଣ୍ଟାବାଞ୍ଜି ରାଜ୍ୟ ରାଜପଥ ପାର୍ଶ୍ୱରେ ରହିଛି ସୁଶିଲ କୁମାର ସହୁଙ୍କ ଢାବା। ଆଜି ସନ୍ଧ୍ୟା ବେଳେ ସେ ଢାବାରୁ ନିଜ ନୂଆ କାର୍‌ ଚଲାଇ ଦ୍ରୁତ ଗତିରେ ଘରକୁ ଫେରୁଥିବା ବେଳେ ବେଲପଡ଼ା ନୁନ୍‌ହାଟ ଗାଁର ୩ ଜଣ ଯୁବତୀଙ୍କ ଉପରେ ଚଢ଼ାଇ ଦେଇ ଯାଇଥିଲେ।

Accident

Accident

Advertisment

ଶୌଚ ପାଇଁ ଯାଉଥିବା ୩ ଯୁବତୀଙ୍କ ଉପରେ କାର ଚଢାଇ ଦେଲା ମଦ୍ୟପ ଢ଼ାବା ମାଲିକ! ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗର ଜିଲ୍ଲାରେ ଘଟିଛି। ଏହି ଘଟଣାକୁ ନେଇ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ପାଟଣାଗଡ଼-କଣ୍ଟାବାଞ୍ଜି ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ।

Advertisment

ପାଟଣାଗଡ଼-କଣ୍ଟାବାଞ୍ଜି ରାଜ୍ୟ ରାଜପଥ ପାର୍ଶ୍ୱରେ ରହିଛି ସୁଶିଲ କୁମାର ସହୁଙ୍କ ଢାବା। ଆଜି ସନ୍ଧ୍ୟା ବେଳେ ସେ ଢାବାରୁ ନିଜ ନୂଆ କାର୍‌ ଚଲାଇ ଦ୍ରୁତ ଗତିରେ ଘରକୁ ଫେରୁଥିବା ବେଳେ ବେଲପଡ଼ା ନୁନ୍‌ହାଟ ଗାଁର ୩ ଜଣ ଯୁବତୀଙ୍କ ଉପରେ ଚଢ଼ାଇ ଦେଇ ଯାଇଥିଲେ। ଯାହାଫଳରେ ଯୁବତୀମାନେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୀମଭୋଇ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ଭିତରେ ଜଣେ ଯୁବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

କାର୍‌ଟି ୩ ଯୁବକଙ୍କୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ପରେ ସେ କାର୍‌ ଛାଡ଼ି ପଳାଇ ଯାଇଥିଲା। ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କଣ୍ଟାବାଞ୍ଜି-ପାଟଣାଗଡ଼ ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି। ଯାହାଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି। ଦୁର୍ଘଟଣା ଘଟାଇଥିବା କାର୍‌ ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଗୁରୁତର ଆହତ ଯୁବତୀଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ଦାବି କରିଛନ୍ତି। ଘଟଣା ସ୍ଥଳରେ ପୁଲିସ୍‌ ପହଞ୍ଚି ବୁଝାସୁଝା କରୁଥିବା ଜଣାପଡ଼ିଛି।

Advertisment

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Accident Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe