Advertisment

ଦଶତୁଠ କାମ ବେଳେ ବୁଡ଼ି ୨ ଭାଇଙ୍କ ମୃତ୍ୟୁ

ଅସାବଧାନତା ବଶତଃ ୩ ଜଣ ବୁଡ଼ି ଯାଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।

author-image
Niharika Rout
ଅଦ୍ୟତନ ହୋଇଛି
Drowning

Drowning

ଦଶତୁଠ କାମ ବେଳେ ବୁଡ଼ି ୨ ଭାଇଙ୍କ ମୃତ୍ୟୁ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା ବାରେଡ଼ିଆ ଗାଁରେ ଆଜି ଘଟିଛି ଏହି ଘଟଣା। ମୃତକ ଦ୍ୱୟ ହେଉଛନ୍ତି ରିଙ୍କୁ ପାଲ୍‌ ଓ ସ୍ୱଦେଶ ପାଲ୍‌। 

Advertisment

ଗତ ୮ ତାରିଖରେ ବାରେଡ଼ିଆ ଗାଁର ସତ୍ୟ ନାରାୟଣ ପାଲଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ସତ୍ୟ ନାରାୟଣ ଯବାନ ଭାବେ କାର୍ଯ୍ୟରତ ଥିବା ବେଳେ ଘରକୁ ବୁଲିବାକୁ ଆସି ଦୁର୍ଘଟଣାର ଶିକାର ହୋଇଥିଲେ। ଆଜି ତାଙ୍କ ଦଶାହ କର୍ମ ଚାଲିଥିଲା। ଦେବୀ ନଦୀରେ ଦଶତୁଠ କର୍ମରେ ତାଙ୍କ ସଂପର୍କୀୟମାନେ ଉପସ୍ଥିତ ଥିଲେ। 

ଦଶତୁଠ କାମ ଚାଲିଥିବା ବେଳେ ଅସାବଧାନତା ବଶତଃ ସତ୍ୟନାରାୟଣଙ୍କ ୩ ସମ୍ପର୍କୀୟ ଭାଇ (ରିଙ୍ଗୁ ଓ ସ୍ୱଦେଶଙ୍କୁ ମିଶାଇ) ନଦୀରେ ଭାସି ଯାଇଥିଲେ। ଏହାଦେଖି ସେଠାରେ ଉପସ୍ଥିତ ଲୋକେ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ଥିବା ବେଳେ ରିଙ୍କୁ ଓ ସ୍ୱଦେଶଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। 

Advertisment

ସେମାନଙ୍କୁ ଅଡ଼ଶପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। 

Jagatsinghpur Drowning