Advertisment

୩୦ ବଗି ଛାଡ଼ି ପଳାଇଲା ମାଲବାହୀ ଟ୍ରେନ

ମାଲବାହୀ ଟ୍ରେନ୍‌ଟି ଖଡ଼ଗପୁରରୁ ଆସୁଥିଲା। ଏଥିରେ ୬୦ଟି ବଗି ଥିଲା।

author-image
Jitendra Garnayak
Train

Train

୩୦ଟି ବଗି ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍। ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନ ନିକଟରେ।

Advertisment

ମାଲବାହୀ ଟ୍ରେନ୍‌ଟି ଖଡ଼ଗପୁରରୁ ଆସୁଥିଲା। ଏଥିରେ ୬୦ଟି ବଗି ଥିଲା। ତେବେ ଚରମ୍ପା ଷ୍ଟେସନ ନିକଟରେ କୌଣସି କାରଣ ବଶତଃ ଏହା ମଝିରୁ ଛିଡ଼ି ଯାଇଥିଲା। ଅର୍ଥାତ୍ ୩୦ଟି ବଗି ଧରି ଇଞ୍ଚିନ ପଳାଇଥିଲା। ଆଉ ୩୦ଟି ବଗି ରହି ଯାଇଥିଲା।

ପରେ ଗାର୍ଡ ଷ୍ଟେସନକୁ ଖବର ଦେବା ପରେ ଟ୍ରେନ୍‌କୁ ଅଟକିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ଇଞ୍ଜିନ ପଛକୁ ଫେରିଥିଲା। ବଗି ଗୁଡ଼ିକ ଯୋଡ଼ିବା ପରେ ଟ୍ରେନ୍ ପୁଣି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।

Advertisment

ଏହି ଘଟଣା ନେଇ ରେଳ କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ପ୍ରତିପ୍ରିୟା ମିଳିନାହିଁ।

Goods Train Accident