Advertisment

ପଡ଼ୋଶୀ ଲଗାଇ ଦେଲେ ନିଆଁ! ଜଳିଗଲେ ୩୦ ଛେଳି, ୩ ଗୋରୁ

ଅନ୍ୟାନ୍ୟ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କୈଳାସ ମଲ୍ଲିକଙ୍କ ପରିବାର ଲୋକେ।

Fire Mishap

Fire Mishap

Advertisment

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଶ୍ରୀରାମପୁର ପଞ୍ଚାୟତ ବଳବୁଦ୍ଧି ଗ୍ରାମର କୈଳାସ ମଲ୍ଲିକଙ୍କ ଗୁହାଳରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯିବାରୁ ୩୦ଟି ଛେଳି ଓ ୩ଟି ଗୋରୁ ପୋଡ଼ି ମରି ଯାଇଛନ୍ତି। ଏହା ସହିତ ଅନ୍ୟାନ୍ୟ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କୈଳାସ ମଲ୍ଲିକଙ୍କ ପରିବାର ଲୋକେ।

Advertisment

ନିଆଁ ଲାଗିବା ପରେ କୈଳାସ ମଲ୍ଲିକଙ୍କ ପରିବାର ଲୋକଙ୍କ ସହିତ ଗ୍ରାମବାସୀ ଏହାକୁ ଲିଭାଇବାକୁ ପ୍ରୟାସ କରିଥିଲେ। ତେବେ ନିଆଁ ଗୁହାଳରୁ ତାଙ୍କ ଘରକୁ ମଧ୍ୟ ବ୍ୟାପୀ ଯାଇଥିଲା।

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ଆଉ କିଛି ନଥିଲା। ୩୦ଟି ଛେଳି ଓ ୩ଟି ଗୋରୁ ନିଆଁରେ ଜୀବନ୍ତ ଦଗ୍ଦ ହୋଇସାରିଥିଲେ।

Advertisment

ପୂର୍ବ ଶତ୍ରୁତାରୁ ଜଣେ ପଡ଼ୋଶୀ ସେମାନଙ୍କ ଗୁହାଳରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି କୈଳାସ ମଲ୍ଲିକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ନ୍ୟାୟ ମିଳୁ ବୋଲି ସେମାନେ ଦାବି କରିଛନ୍ତି।

କୈଳାସଙ୍କ ପରିବାର ଛେଳି ଚାଷ କରି ଚଳନ୍ତି। ସବୁ ଛେଳି ମରିଯାଇଥିବାରୁ ସେମାନେ ଅସହାୟ ହୋଇପଡ଼ିଛନ୍ତି। ସେଥିପାଇଁ ତାଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।

Fire Accident Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe