କୋରାପୁଟ ଜିଲ୍ଲା NH ୩୨୬ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଡୁମୁରିପଦର ରାସ୍ତାରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାଠ ବୋଝେଇ ଟ୍ରକ୍ ସହ ବସ୍ ମୁହାମୁହିଁ ଧକ୍କା ହେବାରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ 'MSSB' ନାମକ ଘରୋଇ ବସ୍ ଜୟପୁରରୁ ଯାତ୍ରୀମାନଙ୍କୁ ନେଇ ରାୟଗଡ଼ା ଅଭିମୁଖେ ଯାଉଥିଲା। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବସ୍ରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ନିଆଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Also Read
ବସ୍ରେ ୬୦ରୁ୭୦ ଯାତ୍ରୀ ଥିଲେ ବୋଲି ଅନୁମାନ କରାଯାଉଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବାଇକକୁ ପିଟି ଦେଲା ଟ୍ରେଲର, ୩ ମୃତ
ଦୁର୍ଘଟଣା ଘଟାଇ ଟ୍ରେଲରଟି ଫେରାର ହୋଇ ଯାଇଥିବା ବେଳେ ଢେଙ୍କିକୋଟ ଟୋଲ୍ ଗେଟ୍ ନିକଟରେ ପୁଲିସ ଏହାକୁ ଧରିଥିଲା।
Accident
ଦୁଇ ଯୁବକଙ୍କ ଉପରେ ମାଡ଼ିଗଲା ଗ୍ୟାସ୍ ବୋଝେଇ ଟ୍ରକ୍
ଭରୁଆମୁଣ୍ଡା ଗାଁର ସଞ୍ଜୁ ଦଳେଇ ଓ କେଶବ ମାଝୀ ଏକ ବାଇକରେ ଘରକୁ ଫେରୁଥିଲେ। ତେବେ ଆଦର୍ଶ ବିଦ୍ୟାଳୟ ନିକଟରେ ସମ୍ମୁଖରୁ ଆସିଥିବା ଏକ ଗ୍ୟାସ୍ ବୋଝେଇ ଟ୍ରକ୍ ସେମାନଙ୍କ ଉପରେ ମାଡିଯାଇଥିଲା।
Accident
ଓଲଟିଲା ତୀର୍ଥଯାତ୍ରୀ ବସ୍; ୪ ମୃତ, ୩୦ ଆହତ
ଅମ୍ବାଜୀ ମନ୍ଦିର ପରିଦର୍ଶନ ପାଇଁ ଯାଉଥିବା ସମୟରେ ଘଟିଛି ଦୁର୍ଘଟଣା।
Accident
ସାଇକେଲ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍
ଆଜି ସକାଳେ ଯୁବକ ଜଣଙ୍କ ସାଇକେଲ ଯୋଗେ ଶିମିଳିପଡ଼ା ଅଭିମୁଖେ ଯାଉଥିଲେ।