Advertisment

ଭୟଙ୍କର ଦୁର୍ଘଟଣା; ଟ୍ରକ-ବସ୍‌ ମୁହାମୁହିଁ ଧକ୍କା; ୨୦ରୁ ଅଧିକ ଯାତ୍ରୀ ଗୁରୁତର

ବସ୍ ତଳେ ଅନେକ ଯାତ୍ରୀ ଫସି ରହିଥିବା ଆଶଙ୍କା କରାଯାଉଛି।

ଅଦ୍ୟତନ ହୋଇଛି
Accident

Accident

Advertisment

କୋରାପୁଟ ଜିଲ୍ଲା NH ୩୨୬ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଡୁମୁରିପଦର ରାସ୍ତାରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାଠ ବୋଝେଇ ଟ୍ରକ୍ ସହ ବସ୍ ମୁହାମୁହିଁ ଧକ୍କା ହେବାରୁ ୨୦ରୁ ଅଧିକ  ଯାତ୍ରୀ ଆହତ ହୋଇଛନ୍ତି। ଆହତଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ 'MSSB' ନାମକ ଘରୋଇ ବସ୍ ଜୟପୁରରୁ ଯାତ୍ରୀମାନଙ୍କୁ ନେଇ ରାୟଗଡ଼ା ଅଭିମୁଖେ ଯାଉଥିଲା। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବସ୍‌ରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ନିଆଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ବସ୍‌ରେ ୬୦ରୁ୭୦ ଯାତ୍ରୀ ଥିଲେ ବୋଲି ଅନୁମାନ କରାଯାଉଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। 

Advertisment
Road Accident Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe