Advertisment

ଜଳିଗଲା ୬୦ ବଖରା ଘର

ଆଜି ସକାଳେ ହଠାତ୍ ଜଣଙ୍କ ଘରେ ନିଆଁ ଲାଗିଯାଇଥିଲା।

Fire

Fire

Advertisment

ନିଆଁରେ ଜଳିଗଲା ୬୦ ବଖରା ଘର। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ଗାଁର ବିନ୍ଧାଣୀସାହିରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୨୦ଟି ପରିବାରର ୬୦ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି।

Advertisment

ଆଜି ସକାଳେ ହଠାତ୍ ଜଣଙ୍କ ଘରେ ନିଆଁ ଲାଗିଯାଇଥିଲା। ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ନିଆଁରେ ୬୦ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଘରର ଆସବାବ ପତ୍ର ଓ ଅନ୍ୟ ଜିନିଷ ପତ୍ର ପୋଡ଼ି ନଷ୍ଟ ହୋଇଯାଇଥିଲା।

ତେବେ ଘରେ କିପରି ନିଆଁ ଲାଗିଲା, ତାର କାରଣ ଜଣାପଡ଼ିନାହିଁ। ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Advertisment
Fire Breakout Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe