Advertisment

ଜଳିଗଲା ୩୬ ବଖରା, ଗାଈଗୋରୁ ଜୀବନ୍ତ ଦଗ୍ଧ

ଘରେ ପହଞ୍ଚି ଦେଖିଲେ ଘର ସମ୍ପୁର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି

Lightening

Lightening

Advertisment

ଭୟାବହ ଅଗ୍ନିକାଣ୍ତ ୨୩ପରିବାର ୩୬ ବଖରା ଘର ଭଷ୍ମିଭୂତ ହୋଇଯାଇଛି। ଗାଈ,ଛେଳି ଜୀବନ୍ତ ଦଗ୍ଧ, ହେବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆନ୍ଦୋଳା ପଞ୍ଚାୟତର କାଶୀପୁର ଗାଁ ଓ କାଳୀଗଦି ଗ୍ରାମରେ।

Advertisment

ଆଜି ସଂନ୍ଧ୍ୟାରେ କାଳବୈଶାଖି ହୋଇଥିଲା। ସେଇ ସମୟରେ କାଶୀପୁର ଗାଁର ଦିନବଦ୍ଧୁ ପରିଡ଼ା ବିଲରେ ଥିଲେ। ବିଲ କାମ ସାରି ଘରକୁ ଫେରିଥିଲେ। ଘରେ ପହଞ୍ଚି ଦେଖିଲେ ଘର ସମ୍ପୁର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ୧୬ ବଖରା ଘର ସହିତ ସମସ୍ତ ଜିନିଶ ପତ୍ର ସବୁ ପୋଡ଼ି ଯାଇଛି। ସେଭଳି କାଳୀଗଦି ଗାଁର ଜଣେ ଚାଷୀ ବିଲରେ ଥିଲାବେଳେ ତାଙ୍କରବି ଘର ପୋଡ଼ି ଯାଇଛି। ତାଙ୍କ ୨୦ ବଖରା ଘର ସହ ଏକାଧିକ ଗାଈଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ବଜ୍ରାଘାତ ଯୋଗୁଁ ୨ଟି ଜାକ ପଞ୍ଚାୟତରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଦୁଇଟି ପଞ୍ଚାୟର ୩୬ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ସରକାରୀ ସହାୟତା ଲୋଡ଼ିଛନ୍ତି କ୍ଷତିଗ୍ରସ୍ତ ହୋଇଥିବା ପରିବାର ଲୋକେ।

କାଳିଗଦି ଗାଁର ଶୁସାନ୍ତ ପରିଡ଼ା କହିଛନ୍ତି, ମୁଁ ବିଲରେ ଥିଲି କାଳବୈଶାଖି ପ୍ରଭାବରେ ମୋର ସବୁ ଘର ପୋଡ଼ି ଯାଇଛି। ଦମକଳ ବିଭାଗକୁ ଖବର ଦେଇଛୁ ଏପଯ୍ୟନ୍ତ ଆସି ନାହିଁ। ଆମେ ସାହି ପଡ଼ିସି ମିସିକି ନିଆଁ ଲିଭାଉଛୁ।

Advertisment

କାଶୀପୁର ଗାଁର ଦିନବନ୍ଧୁ ପରିଡ଼ା କହିଛନ୍ତି, ମୁଁ ବିଲକୁ ଯାଇଥିଲି ଫସଲରେ ପାଣିଦେବା ପାଇଁ। ଘରେ କେହି ନଥିଲେ। ଘରକୁ ଆସି ଦେଖିଲା ବେଳକୁ ସବୁ ପୋଡ଼ି ଯାଇଛି। କିଛି ଜିନିସ କାଢିନାହିଁ ସବୁ ପୋଡ଼ି ଗଲା। ମୁଁ ଘର କରିବି ବୋଲି ଟଙ୍କା ରଖିଥିଲି ଝିଅ ବାହାଘର ପାଇଁ ସୁନା ରଖିଥିଲି ସବୁ ପୋଡ଼ି ଗଲା। ସରକାର ଆମଙ୍କୁ କରନ୍ତୁ।

Lightening
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe