Advertisment

୫୦ ଯବାନଙ୍କୁ ଧରି ଫେରୁଥିଲା ବସ୍‌, ଓଲଟି ପଡ଼ିଲା

ଗୁଜରାଟର ପଭଗଡ଼ରେ ହେଉଥିବା ଏକ ୩ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାୟ ୫୦ ଯବାନ ଏକ ବସ୍‌ ଯୋଗେ ଡାହୋଡକୁ ଫେରୁଥିଲେ।

Accident

Accident

Advertisment

ଯବାନଙ୍କୁ ନେଇ ଯାଉଥିବା ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଲା। ଏହି ଦୁର୍ଘଟଣାରେ ୩୮ ଯବାନ ଆହତ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଗତରାତିରେ ଗୁଜରାଟର ପଞ୍ଚମହଲ ଜିଲ୍ଲାରେ ଘଟିଛି। ଆହତ ସମସ୍ତ ଯବାନ ଷ୍ଟେଟ ରିଜର୍ଭ ପୁଲିସର ବୋଲି ସୂଚନା ମିଳିଛି।

Advertisment

ଗୁଜରାଟର ପଭଗଡ଼ରେ ହେଉଥିବା ଏକ ୩ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାୟ ୫୦ ଯବାନ ଏକ ବସ୍‌ ଯୋଗେ ଡାହୋଡକୁ ଫେରୁଥିଲେ। ମାତ୍ର ଗାଡ଼ିର ବ୍ରେକ୍‌ ଫେଲ୍‌ ହେବାରୁ ଡ୍ରାଇଭର ଗାଡ଼ି ଉପରେ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଗାଡ଼ିଟି ଓଲଟି ପଡ଼ିଥିଲା।

ଏହି ଦୁର୍ଘଟଣାରେ ୩୮ ଜଣ ଆହତ ହୋଇଥିବା ବେଳେ ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ୨୯ ଜଣଙ୍କୁ ଡିସଚାର୍ଜ କରି ଦିଆଯାଇଛି। ଅନ୍ୟ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭଦୋଦରା ରେଫର କରାଯାଇଥିବା ଜଣାଯାଇଛି।

Advertisment
Road Accident Accident Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe