Advertisment

ଟ୍ରକ୍‌କୁ ପିଟିଲା ବସ୍‌; ୩୯ ବିଜେପି କର୍ମୀ ଗୁରୁତର

ଖାରଗାଁ ନିକଟରେ ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ରେ ପିଟି ହୋଇ ଯାଇଥିଲା।

author-image
Niharika Rout
Accident

Accident

ଆଜି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଆୟୋଜିତ ହେବ ବିଜେପିର ‘କାର୍ଯ୍ୟକର୍ତ୍ତା ମହାକୁମ୍ଭ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଭାକୁ ସମ୍ବୋଧନ କରିବେ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିସହ ଏହି ସଭାରେ ପ୍ରାୟ ୧୦ ଲକ୍ଷରୁ ଅଧିକ ବିଜେପି କର୍ମୀ ଯୋଗ ଦେବେ ବୋଲି ଟାର୍ଗେଟ ରଖାଯାଇଛି। ଏହି ସଭାକୁ ବିଜେପି କର୍ମୀଙ୍କୁ ଧରି ଆସୁଥିବା ଏକ ବସ୍‌ ଗତରାତିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିରେ ୩୫ ରୁ ଅଧିକ ବିଜେପି କର୍ମୀ ଗୁରୁତର ହୋଇଥିବା ଜଣାଯାଇଛି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Advertisment

ଗତ ରାତିରେ ଭାଗୱନପୁର ଅଞ୍ଚଳର ବିଜେପି କର୍ମୀଙ୍କୁ ଧରି ଏକ ବସ୍‌ ଭୋପାଳ ଅଭିମୁଖେ ଯାଉଥିଲା। ମାତ୍ର ଖାରଗାଁ ନିକଟରେ ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ରେ ପିଟି ହୋଇ ଯାଇଥିଲା। ଫଳରେ ବସ୍‌ରେ ଥିବା ପ୍ରାୟ ୩୫ରୁ ଊର୍ଦ୍ଧ୍ୱ ବିଜେପି କର୍ମୀ ଗୁରୁତର ଆହତ ହୋଇଛନ୍ତି ।

ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଏଥିସହ ପୁଲିସ୍ ଦ ଇଟଇ ଗାଡ଼ିକୁ 

Advertisment

ଜନ-ସଂଘ ସଂସ୍ଥାପକ ଦୀନଦୟାଲ ଉପାଧ୍ୟୟଙ୍କ ଜନ୍ମ ବାର୍ଷିକି ଅବସରରେ ବିଜେପି ପରୁ କାର୍ଯ୍ୟକର୍ତ୍ତା ମହାକୁମ୍ଭ ଆଜିଠୁ ଆରମ୍ଭ ହେଊଛି। ଖୋଦ ପ୍ରଧାନମନ୍ତ୍ରୀ ମୋଦି ଏହି ସଭାକୁ ସମ୍ବୋଧନ କରି ଅଭିଭାଷଣ ଦେବେ ।

ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଫୋକସରେ ରଖିଛନ୍ତି। ଏପରିକି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ୩ ଥର ମଧ୍ୟପ୍ରେଦେଶ ଗସ୍ତ କରି ସାରିଲେଣି। ଏହା ଉପରେ ରାଜନୈତିକ ବିଶାରଦମାନେ ଆଖି ରଖିଛନ୍ତି।

Roadaccident Madhya Pradesh