Advertisment

ବସ୍ ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍; ୩ ମୃତ, ଜଣେ ଗୁରୁତର

ଗତକାଲି ବିଳମ୍ବିତ ରାତିରେ ପ୍ରାଚୀ ନାମକ ଘରୋଇ ବସ୍‌ଟି ସୁନ୍ଦରଗଡ଼ରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଆସୁଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
road accident

road accident

ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଦୁର୍ଘଟଣାରେ ୩ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବରଗାପାଲିରେ ଏହି ଦୁର୍ଘଟଣା ଘଟିଛି। ଆହତଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ପ୍ରାଚୀ ନାମକ ଘରୋଇ ବସ୍‌ଟି ସୁନ୍ଦରଗଡ଼ରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଆସୁଥିଲା। ବରଗାପାଲିରେ ନିକଟରେ ବସ୍‌ର ଚକା ପଙ୍କଚର ହୋଇଯାଇଥିଲା। ଯାତ୍ରୀମାନେ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ।

ଏହି ସମୟରେ କିଛି ଯାତ୍ରୀ ଶୌଚ ହେବା ପାଇଁ ରାସ୍ତାପାର ହୋଇ ଯାଉଥିବା ବେଳେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ୪ ଜଣ ଯାତ୍ରୀଙ୍କୁ ଧକ୍କା ଦେଇଥିଲା। ପରେ ଟ୍ରକ୍‌ଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Roadaccident Sambalpur