ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସେନା ଗାଡ଼ି ୭୦୦ ଫୁଟ୍ ତଳକୁ ଖସି ପଡିଥିଲା।
ସୂଚନା ଅନୁସାରେ, ଆଜି ସେନାର ଏକ ଗାଡ଼ି କିଛି ସୈନ୍ୟଙ୍କୁ ନେଇ ପଶ୍ଚିମବଙ୍ଗ ପେଡୋଙ୍ଗରୁ ସିକ୍କିମର ଜୁଲୁକ ଯାଉଥିଲା। ଏହି ସମୟରେ ସିକ୍କିମର ପାକିଙ୍ଗ ଜିଲ୍ଲାର ରେଶମ ମାର୍ଗରେ ଦୁର୍ଘଟଣା ହୋଇଥିଲା।
Also Read
ଘାଟି ରାସ୍ତାରେ ଯିବା ସମୟରେ ଦୁର୍ଘଟଣା ଘଟିବାରୁ ସେନା ଗାଡି ପ୍ରାୟ ୭୦୦ରୁ ୮୦୦ ଫୁଟ ତଳକୁ ଖସି ପଡିଥିବା କୁହାଯାଉଛି। ଫଳରେ ୪ ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଛି।
ମୃତକମାନେ ମଧ୍ୟପ୍ରଦେଶର ଡ୍ରାଇଭର ପ୍ରଦୀପ ପଟେଲ, ମଣିପୁରର କାରିଗର ଡବ୍ଲୁ ପିଟର, ହରିୟାଣାର ନାୟକ ଗୁରୁସେଭ ସିଂହ ଏବଂ ତାମିଲନାଡୁର ସୁବେଦାର କେ ଥାଙ୍ଗାପାଣ୍ଡି ବୋଲି ଜଣାପଡିଛି। ସମସ୍ତ ସେନା କର୍ମଚାରୀ ପଶ୍ଚିମବଙ୍ଗର ବିନାଗୁରୀ ୟୁନିଟରେ ନିୟୋଜିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଆଖି ପିଛୁଳାକେ ଲାଗିଲା ନିଆଁ; ଜଳିଗଲା ସାବୁନ ଫ୍ୟାକ୍ଟ୍ରି
ପୁରୀ ମଙ୍ଗଳାଘାଟରେ ଥିବା ଏକ ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଜି ମଧ୍ୟାହ୍ନ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
Accident
ତେଜ ଆଗ୍ରୋ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା କୋଟିଏ ଟଙ୍କାର ସାମଗ୍ରୀ
ଆଜି ଭୋରରୁ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା।
Accident
ଜଳିଗଲା ଧାନ ଗଦା, ୧୩ ଏକର ଜମିର ଧାନ ଫସଲ ଭସ୍ମ
ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ବେଳକୁ ସେତେବଳେକୁ ସବୁ ପୋଡ଼ି ନଷ୍ଟ ହୋଇଯାଇଥିଲା।
Accident
ରଙ୍ଗରୁଟ ହେଲା କାଳ; ଜଣଙ୍କ ଜୀବନ ଗଲା, ଆଉ ଜଣେ ଗୁରୁତର
ରଙ୍ଗରୁଟରେ ଗାଡ଼ି ନେବାରୁ ଦୁର୍ଘଟଣା ଘଟି ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାଯାଇଛି।
Accident
ଫାଟକରେ ଗଳି ଟ୍ରାକ୍ ଅତିକ୍ରମ କରୁଥିଲେ! ମାଡ଼ିଗଲା ଟ୍ରେନ୍, ୨ ମୃତ
ଟ୍ରେନ୍ ଆସୁଥିବାରୁ ରାତି ପ୍ରାୟ ୯ଟା ବେଳେ କଳୁଙ୍ଗା ରେଳ ଫାଟକ ପଡ଼ିଥିଲା। ଠିକ୍ ସେତିକି ବେଳେ ୫ ଜଣ ଯୁବକ ୩ଟି ବାଇକ୍ରେ ଆସିଥିଲେ। ଫାଟ୍କ ପଡ଼ିଥିବା ଦେଖି ସମସ୍ତେ ରେଳ ଫାଟକ ପାର୍ଶ୍ୱରେ ଗଳି ଟ୍ରାକ୍ ଅତିକ୍ରମ କରୁଥିଲେ।