Advertisment

ପାତାଳକୋଟ ଏକ୍ସପ୍ରେସର ୪ ବଗିରେ ଲାଗିଲା ନିଆଁ

ଯାତ୍ରୀବାହୀ ଟ୍ରେନଟି ଆଗ୍ରାରୁ ଝାନସୀ ଯାଉଥିଲା। ହଠାତ୍‌ ଗୋଟିଏ ବଗିରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା।

train

train

Advertisment

ପାତାଳକୋର୍ଟ ଏକ୍ସପ୍ରେସର ୪ ବଗିରେ ଲାଗିଛି ଭୟଙ୍କର ନିଆଁ। ପଞ୍ଜାବର ଫିରୋଜପୁରରୁ ମଧ୍ୟପ୍ରଦେଶର ଶିବାନୀ ମଧ୍ୟରେ ଯାତାୟାତ କରୁଥିବା ଏହି ଟ୍ରେନର ୪ଟି ଯାକ ବଗି ନିଆଁର ଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ଆଜି ଅପରାହ୍ନରେ ଆଗ୍ରା ଜିଲ୍ଲାର ଭଦାଇ ରେଳ ଷ୍ଟେସନ ନିକଟରେ ଏପରି ଅଗ୍ନିକାଣ୍ତ ଘଟିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଯାତ୍ରୀବାହୀ ଟ୍ରେନଟି ଆଗ୍ରାରୁ ଝାନସୀ ଯାଉଥିଲା। ହଠାତ୍‌ ଗୋଟିଏ ବଗିରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା। ଯାତ୍ରୀମାନେ ଆତଙ୍କିତ ହେବା ସହ ଟ୍ରେନକୁ ଅଟକାଇ ଦେଇଥିଲେ।

ତେବେ ଚାହୁଁଚାହୁଁ ଟ୍ରେନର ୪ଟି ବଗିକୁ ନିଆଁ ବ୍ୟାପି ଯାଇଥିଲା। ଲୋକମାନେ ତୁରନ୍ତ ଟ୍ରେନରୁ ଓହ୍ଲାଇ ଯାଇଥିଲେ ହେଁ ସେମାନଙ୍କ ଜିନିଷପତ୍ର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି।

Advertisment

ଅଗ୍ନିକାଣ୍ଡର ଖବର ପାଇ ରେଳବାଇ ଅଧିକାରୀ, ସ୍ଥାନୀୟ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କେହି ବି ମୃତାହତ ହୋଇନାହାନ୍ତି।

Train Accident Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe