Advertisment

ଜଳିଗଲା ଘର; ୪ଟି ଗୋରୁ ଜୀବନ୍ତ ଦଗ୍ଧ

ଘରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ। ସର୍ଟସର୍କିଟରୁ ଘରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

fire

fire

Advertisment

ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ। ଅଗ୍ନିକାଣ୍ଡରେ ୪ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୬ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ବାଲିପାଟପୁର ଗାଁରେ ଏପରି ଅଘଟଣ ଘଟିଛି। ଏତେ ବଡ଼ ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ।

Advertisment

ବାଲିପାଟପୁର ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ପାଖ ପଡ଼ୋଶୀ ଘରେ ନିଆଁ ଲାଗିଯାଇଥିବା ଦେଖି ପରିବାର ଲୋକଙ୍କୁ ଡାକିଥିଲେ। ପରେ ଘରେ ଥିବା ଲୋକମାନେ ଜୀବନ ବିକାଳେ ଘରୁ ବାହାରକୁ ପଳାଇ ଆସିଥିଲେ। ହେଲେ ନିଆଁରେ ଘରର ସମସ୍ତ ଆସବାବ ପତ୍ର ପୋଡ଼ିଯିବା ସହ ୪୦ ବସ୍ତା ଧାନ ପୋଡ଼ି ଯାଇଥିଲା। ନିଆଁରେ ୬ଟି ଗୋରୁ ଜୀବନ୍ତ ଦଗ୍ଦ ହୋଇଯାଇଥିଲେ।

ତେବେ ଘରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ। ସର୍ଟସର୍କିଟରୁ ଘରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Advertisment
Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe