Advertisment

ଔଷଧ ତିଆରି କମ୍ପାନୀ ବିସ୍ଫୋରଣ ଘଟଣା; ୪ ମୃତ, ୨୦ ଆହତ

ଆଜି ମଧ୍ୟାହ୍ନରେ ଏସେନ୍ସିଆ ଫାର୍ମା କମ୍ପାନୀରେ ବିସ୍ଫୋରଣ ଘଟିଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Escientia

Escientia

ଆନ୍ଧ୍ରପ୍ରଦେଶର ଅନାକାପଲ୍ଲେ ଏସେନ୍ସିଆ ଔଷଧ ତିଆରି କମ୍ପାନୀ ବିସ୍ଫୋରଣ ଘଟଣାରେ ଚାରି ଜଣଙ୍କ ମୃତ୍ୟୁ। ସଦ୍ୟତମ ରିପୋର୍ଟ ଅନୁସାରେ, ଏହି ବିସ୍ଫୋରଣରେ ଏଯାବତ୍ ଚାରି ଜଣଙ୍କ ଜୀବନ ଯାଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।

Advertisment

ଏନେଇ ଅନାକାପଲ୍ଲେ ଏସପି ଦୀପିକା ପାଟିଲ ସୂଚନା ଦେଇଛନ୍ତି। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଥିବା ଏସପି କହିଛନ୍ତି। ସେ କହିଛନ୍ତି ଯେ, ବିଲ୍ଡିଂ ଥିବା ରିଆକ୍ଟର ସାଇଟରେ ବିସ୍ଫୋରଣ ଘଟିଛି। କିନ୍ତୁ ରିଆକ୍ଟର କାରଣରୁ ଯେ ବିସ୍ଫୋରଣ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ କି ପ୍ରକୃତରେ ଅଗ୍ନିକାଣ୍ଡର କାରଣ କଣ ଜଣାପଡିନାହିଁ।

ବର୍ତ୍ତମାନ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଥିବା ଏସପି ପାଟିଲ କହିଛନ୍ତି। ସେପଟେ ଆହତମାନଙ୍କୁ ଅନାକାପଲ୍ଲେ ଏନଟିଆର ହସ୍ପିଟାଲ ଏବଂ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଏବଂ ଅଗ୍ନିଶମବାହିନୀ କର୍ମଚାରୀ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି। 

Advertisment

ପ୍ରକାଶ ଥାଉକି, ଆଜି ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶ ଅଚ୍ୟୁତପୁରମ ସ୍ପେଶାଲ ଇକୋନୋମିକ ଜୋନରେ ଥିବା ଏସେନ୍ସିଆ ଫାର୍ମା କମ୍ପାନୀରେ ବିସ୍ଫୋରଣ ଘଟିଥିଲା। ପ୍ରାଥମିକ ପର୍ଯ୍ୟାୟରେ ରିଆକ୍ଟର ଫାଟି ବିସ୍ଫୋରଣ ଘଟିଥିବା କୁହାଯାଉଥିଲା। କିନ୍ତୁ ବାସ୍ତବରେ କେଉଁ କାଣରୁ ବିସ୍ଫୋରଣ ଘଟିଛି, ତାହା ଜଣାପଡି ନାହିଁ। ଏକାଧିକ ଲୋକ ବିଲ୍ଡିଂରେ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି।  

Andhra Pradesh Pharma Firm Explosion AP Escientia Explosion