Accident
ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରକ୍ ଦୁଇଟି ପୃଥକ୍ ସ୍ଥାନରେ ଦୁର୍ଘଟଣା ଘଟାଇବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି। ଆତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ତିରିଂ ଥାନା ଅଞ୍ଚଳର ବଡଡାଳିମା ଛକରେ ୩ ଜଣ ମର୍ଣ୍ଣିଂ ୱାକରେ ଯାଉଥିଲେ। ଏହି ସମୟରେ ଟ୍ରକ୍ଟି ଦ୍ରୁତ ଗତିରେ ଆସି ୩ଜଣଙ୍କୁ ଧକ୍କା ଦେଇଥିଲା ଟ୍ରକ୍। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ।
ପରେ ଟ୍ରକଟି ପୁଣି ୫ କିମି ଯିବା ପରେ ବହଳଦା ଥାନା ଅନ୍ତର୍ଗତ ବାଗବେଡାରେ ଏକ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ୪ ଜଣଙ୍କ ମଧ୍ୟରୁ ଅଟୋ ଡ୍ରାଇଭର ଏବଂ ଏକ ଦମ୍ପତିଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଦମ୍ପତିଙ୍କର ସମ୍ପର୍କୀୟ ଗୁରୁତର ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1732944404.jpg)