Advertisment

ଭୁଶୁଡ଼ିଲା ନିର୍ମାଣାଧୀନ ବିଲ୍ଡିଂର ଲିଫ୍ଟ, ଅକାଳେ ଚାଲିଗଲା ୪ ଜୀବନ, ୫ ଗୁରୁତର

ଆମ୍ରପଲ୍ଲୀ ବିଲଡର ସଂସ୍ଥା ପକ୍ଷରୁ ଏକ ବହୁତଳ ବିଶିଷ୍ଟ କୋଠା ନିର୍ମାଣ ଚାଲିଥିବା ବେଳେ ଏପରି ଅଘଟଣ ଘଟିଛି।

author-image
Niharika Rout
Building

Building

ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ବିଲ୍ଡିଂର ଲିଫ୍ଟ । ଫଳରେ ଅକାଳରେ ଚାଲିଗଲା ୪ ଜୀବନ । ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ଏପରି ଏକ ଅଘଟଣ ନୂଆଦିଲ୍ଲୀର ଗ୍ରେଟର ନୋଏଡାରେ ଘଟିଛି।

Advertisment

ଆମ୍ରପଲ୍ଲୀ ବିଲଡର ସଂସ୍ଥା ପକ୍ଷରୁ ଏକ ବହୁତଳ ବିଶିଷ୍ଟ କୋଠା ନିର୍ମାଣ ଚାଲିଥିବା ବେଳେ ଏପରି ଅଘଟଣ ଘଟିଛି। ଖବର ପାଇ ସଙ୍ଗେ ସଙ୍ଗେ ପୁଲିସ୍‌, ଅଗ୍ନିଶମ ଟିମ୍‌, ଜିଲ୍ଲା ମାଜିଷ୍ଟ୍ରେଟ ପ୍ରମୁଖଉ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରାଯାଇ କ୍ଷତିଗ୍ରସ୍ତ ଲିଫ୍ଟରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଥିଲା। ସେତେବେଳକୁ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା ।

ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲ ପଠା ଯାଇଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଗୁରୁତରଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି ବୋଲି ଜିଲ୍ଲା ମାଜିଷ୍ଟ୍ରେଟ ମନୀଷ ବର୍ମା ପ୍ରକାଶ କରିଛନ୍ତି। 

Advertisment

ହଠାତ୍‌ କ’ଣ ପାଇଁ ଲିଫ୍ଟ ଭୁଶୁଡ଼ିଲା, କାହାର ଖାମଖିଆଲିପଣ ପାଇଁ ଅକାଳରେ ଏତେ ଜୀବନ ଚାଲିଗଲା ତାହାର ତଦନ୍ତ କରୁଛି ପୁଲିସ୍‌।

Delhi Deadbody