Advertisment

ରାସ୍ତାକଡ଼କୁ ଓଲଟି ପଡ଼ିଲା ଗୋରୁ ବୋଝେଇ କଣ୍ଟେନର; ୪ ମୃତ, ୨ ଗୁରୁତର

ଗତକାଲି ବିଳମ୍ବିତ ରାତିରେ ଗୋରୁ ବୋଝେଇ କଣ୍ଟେନରଟି ବରଗଡ଼ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା।

Road Accident

Road Accident

Advertisment

ସମ୍ବଲପୁର ଜିଲ୍ଲା କଟାପାଲି ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋରୁ ବୋଝେଇ କଣ୍ଟେନରଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ୩୦ରୁ ୪୦ ଗୋରୁଙ୍କ ମୃତ୍ୟୁ ଘଟିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଗୋରୁ ବୋଝେଇ କଣ୍ଟେନରଟି ଶହେରୁ ଅଧିକ ଗୋରୁ ନେଇ ବରଗଡ଼ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ଏହି ସମୟରେ କଟାପାଲି ନିକଟରେ କଣ୍ଟେନର ରାସ୍ତାକଡ଼କୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିଲେ। ଦୁର୍ଘଟଣାରେ ୩୦ରୁ ୪୦ ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୋରୁ ଆହତ ହୋଇଥିଲେ। ଆହତ ଗୋରୁଙ୍କ ଚିକିତ୍ସା କରଯାଉଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

ପ୍ରତି ଗୁରୁବାର ଟ୍ରକ୍ ହେଉବା କଣ୍ଟେନରରେ ଗୋରୁ ବୋଝେଇ ହୋଇ ବରଗଡ଼ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। 

Advertisment
Roadaccident Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe