Advertisment

Accident: ଘନ କୁହୁଡ଼ି ହେଲା କାଳ: ପରସ୍ପରକୁ ଧକ୍କା ଦେଲେ ୨୦ ଗାଡ଼ି, ଚାଲିଗଲା ୪ ଜୀବନ

ସୋମବାର ଭୋର ପ୍ରାୟ ୫ଟାରେ ଘଟିଥିବା ଏହି ସିରିଜ ଦୁର୍ଘଟଣା ୪ ଜଣଙ୍କ ଜୀବନ ନେଇଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁଲିସ୍‌ ଅଧିକାରୀ ରହିଛି। ଦୁର୍ଘଟଣା ଯୋଗୁ କାରଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ ପ୍ରାୟ ୨୦ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।

author-image
Hemant Lenka
Accident

ଦୁର୍ଘଟଣା ଗ୍ରସ୍ତ କାର

ଘନ କୁହୁଡ଼ି ସାଜିଛି ଘାତକ। କୁହୁଡ଼ି ଯୋଗୁ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସରେ ଘଟିଛି ସାଂଘାତିକ ଘଟଣା। ଚଳିତ ଋତୁର ପ୍ରଥମ କୁହୁଡ଼ି ଆଜି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସକୁ ଆଚ୍ଛାଦିତ କରିବାରୁ ଘଟିଛି ସିରିଜ ଦୁର୍ଘଟଣା। ଏକ୍ସପ୍ରେସ ୱେର କୁହୁଡ଼ିର ଚାଦର ଯୋଗୁ ୨୦ଟି ଗାଡ଼ି ପରସ୍ପରକୁ ଧକ୍କା ଦେଇଛନ୍ତି। 

Advertisment

ସୋମବାର ଭୋର ପ୍ରାୟ ୫ଟାରେ ଘଟିଥିବା ଏହି ସିରିଜ ଦୁର୍ଘଟଣା ୪ ଜଣଙ୍କ ଜୀବନ ନେଇଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁଲିସ୍‌ ଅଧିକାରୀ ରହିଛି। ଦୁର୍ଘଟଣା (Accident) ଯୋଗୁ କାରଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ ପ୍ରାୟ ୨୦ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। କୁହୁଡ଼ି ଯୋଗୁ ରାସ୍ତା ଠିକ ଭାବେ ଦୃଶ୍ୟମାନ ହେଉ ନଥିଲା। ଏଥିପାଇଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। 

ସୂଚନା ଅନୁସାରେ, ଏକ୍ସପ୍ରେସ ୱେରେ ପ୍ରଥମେ ଦୁଇଟି ଡମ୍ପର ମଧ୍ୟରେ ଧକ୍କା ହୋଇଥିଲା। ଏହାପରେ ଡମ୍ପର ପଛରେ ଫଳ ଧରି ଆସୁଥିବା ଗୋଟିଏ ଟ୍ରକ୍‌ ମଧ୍ୟ ଦୁଇ ଗାଡ଼ିରେ ପିଟି ହୋଇ ଯାଇଥିଲା। ଦୁର୍ଘଟଣା ଯୋଗୁ ଟ୍ରକଟି ଓଲଟି ପଡ଼ିଥିଲା ଓ ଏଥିରେ ଥିବା ପିଜୁଳି ଓ ଅନ୍ୟାନ୍ୟ ଫଳ ରାସ୍ତା ସାରେ ଛିଟିକି ହୋଇ ପଡ଼ିଥିଲା। ରାସ୍ତାରେ ଫଳ ପଡ଼ିଥିବା ବେଳେ କୁହୁଡ଼ି ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା। ଏଥିଯୋଗୁ ମାତ୍ର କିଛି ମିନିଟ ମଧ୍ୟରେ ସେହି ରାସ୍ତାରେ ଯାଉଥିବା ଗୋଟିଏ ପରେ ଗୋଟିଏ ଗାଡ଼ି ପରସ୍ପରକୁ ଧକ୍କା ଦେବା ଆରମ୍ଭ କରିଥିଲେ। ଏପରି ଭାବେ ୨୦ରୁ ୨୫ଟି ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। 

Advertisment

ଖବର ପାଇ ପୁଲିସ୍‌, ଆମ୍ବୁଲାନ୍ସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ମୃତାହତଙ୍କୁ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଦୁର୍ଘଟଣା ଯୋଗୁ ଏକ୍ସପ୍ରେସ ୱେରେ ଦୀର୍ଘ ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି। 

କେବଳ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ନୁହେଁ, ଘନ କୁହୁଡ଼ି ଯୋଗୁ ରବିବାର ଭୋର ସମୟରେ ହରିୟାଣାର ରୋହତକ ଅନ୍ତର୍ଗତ ମେହାମ ଠାରେ ମଧ୍ୟ ସିରିଜ ଦୁର୍ଘଟଣା ଘଟିଥିଲା। ଏଠାରେ ୩୦ରୁ ୪୦ଟି ଟ୍ରକ ଓ କାର ପରସ୍ପରକୁ କୁହୁଡ଼ି ଯୋଗୁ ଧକ୍କା ଦେଇଥିଲେ। ଏଥିରେ ଅନାକ ଲୋକ ଆହତ ମଧ୍ୟ ହୋଇଥିଲେ। 

Accident