Advertisment

ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି; ଗଲାଣି ୪ ଜୀବନ, ଶତାଧିକ ଆକ୍ରାନ୍ତ

ରାଉରକେଲାର ବିଭିନ୍ନ ସ୍ଥାନରେ ଏହି ରୋଗ ବ୍ୟାପି ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦୨ ଜଣ ଆକ୍ରାନ୍ତ ଆରଜିଏଚ୍‌ରେ ଭର୍ତ୍ତି ହୋଇଛନ୍ତି।

Rourkela

Rourkela

Advertisment

ରାଉରକେଲା ସହରରେ ବ୍ୟାପୁଛି ଝାଡ଼ାବାନ୍ତି । ଏଥିରେ ଶତାଧିକ ଲୋକ ଅକ୍ରାନ୍ତ ହେଉଥିବା ବେଳେ ୨ ଦିନରେ ୪ ଜଣ ଆଖି ବୁଜିଲେଣି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ପୁରୁଷ ଥିବା ଜଣାଯାଇଛି।

Advertisment

ରାଉରକେଲାର ବିଭିନ୍ନ ସ୍ଥାନରେ ଏହି ରୋଗ ବ୍ୟାପି ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦୨ ଜଣ ଆକ୍ରାନ୍ତ ଆରଜିଏଚ୍‌ରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗତ ୨ ଦିନରେ ୪ ଜଣଙ୍କ ମୃତ୍ୟୁ ଘଟିଛି।

କିଛି ଦିନ ପୂର୍ବେ ରାଉରକେଲାରେ ଅଦିନିଆ ବର୍ଷା ଲାଗି ରହିଥିବାରୁ ଦୂଷିତ ପାଣି ପିଇ ଏହି ରୋଗ ବ୍ୟାପିବାରେ ଲାଗିଥିବା ଆଲୋଚନା ହେଉଛି। ଆକ୍ରାନ୍ତଙ୍କ ମଧ୍ୟରୁ କିଛି ଭଲ ହୋଇ ଘରକୁ ଫେରିଥିବା ବେଳେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀ ଚିନ୍ତା ବଢ଼ାଉଛନ୍ତି।

Advertisment

ଗତ ୧୦ ତାରିଖ ପରଠୁ ପ୍ରତିଦିନ ୨୦ରୁ ଊର୍ଦ୍ଧ୍ୱ ଲୋକ ଡାଇରିଆରେ ଆକ୍ରାନ୍ତ ହେଉଥିବାରୁ ବେଡ ସଂଖ୍ୟା ବଢ଼ା ଯାଇଛି। ଏଥିସହ ନୂଆ ୱାର୍ଡ ବ୍ୟବସ୍ଥା କରାଯାଇଥିବା ରାଉରକେଲା ସରକାରୀ ହସ୍ପିଟାଲ ଅଧୀକ୍ଷକ ସନ୍ଧ୍ୟାରାଣୀ ପ୍ରଧାନ ସୂଚନା ଦେଇଛନ୍ତି।

ତେବେ ପ୍ରକୃତରେ କେଉଁ କାରଣରୁ ଏହି ରୋଗ ରାଉରକେଲାରେ ବ୍ୟାପୁଛି ତାହା ଜାଣିବା ପାଇଁ କାରଣ ଖୋଜା ଚାଲିଛି।

Rourkela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe