Advertisment

ଘରକୁ ପିଟିଲା କାର୍‌ ; ୪ସାଙ୍ଗ ମୃତ

ଗତକାଲି ବିଳମ୍ବିତ ରାତିରେ ବିବାହ ଭୋଜିରୁ ୪ଜଣ ସାଙ୍ଗ କାର୍‌ ଯୋଗେ ଘରକୁ ଫେରୁଥିଲେ।

Accident

Accident

Advertisment

ଭାରସାମ୍ୟ ହରାଇ ଘରର କାନ୍ଥକୁ ପିଟିଲା କାର୍। ଦୁର୍ଘଟଣାରେ ୪ସାଙ୍ଗଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗଦାଧରପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ମୃତକମାନଙ୍କ ମଧ୍ୟରେ ଜଣଙ୍କ ଘର ବାଙ୍କି ହରିରାଜପୁରର ହୋଇଥିବା ବେଳେ ଜଣଙ୍କ ଘର ବାଙ୍କି ପାଳପୁଟର, ଜଣଙ୍କ ଘର ବଡମ୍ବା ଓ ଅନ୍ୟ ଜଣଙ୍କ ଘର ଖଜୁରିପଦା ଗାଁରେ ବୋଲି ଜଣାପଡିଛି। 

ଗତକାଲି ବିଳମ୍ବିତ ରାତିରେ ବିବାହ ଭୋଜିରୁ ୪ଜଣ ସାଙ୍ଗ କାର୍‌ ଯୋଗେ ଘରକୁ ଫେରୁଥିଲେ। କୋଇଲିକନ୍ୟା ଗାଁ ନିକଟରେ କାର୍‌ଟି ଭାରସାମ୍ୟ ହରାଇ କାନ୍ଥରେ ପିଟି ହୋଇଥିଲା। ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା।

Advertisment

ତିଗିରିଆ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି । ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି।

Roadaccident Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe