Advertisment

ବାଇକ୍‌ରେ ଯାଉଥିଲେ; ୪ ଯୁବକଙ୍କ ଉପରେ ମାଡ଼ିଗଲା ମାଲବାହୀ ଟ୍ରକ୍‌

ଆଜି ସକାଳେ ବୈପାରୀଗୁଡ଼ା ବ୍ଲକ ବିଚଲକଟା ଗ୍ରାମର ୪ଜଣ ଯୁବକ ବାଇକ୍ ଯୋଗେ କୌଣସି କାମରେ ଯାଉଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

କୋରାପୁଟ ଜିଲ୍ଲା ଜୟପୁରସଦର ଥାନା ଅନ୍ତର୍ଗତ ଏନ୍ଏଚ୍ ୨୬ ଜବାକନାଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ବାଇକରେ ୪ ଜଣ ଯୁବକ ଯାଉଥିବାବେଳେ ମାଡ଼ିଗଲା ମାଲବାହୀ ଟ୍ରକ୍। ଟ୍ରକ୍ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବୈପାରୀଗୁଡ଼ା ବ୍ଲକ  ବିଚଲକଟା କଲୋନୀର ଧୋବା ପରଜା, ଘାସି ପରଜା, ନକିଆ ପରଜା ଓ ବୁଟି ପରଜା।

Advertisment

ଆଜି ସକାଳେ ପ୍ରତିଦିନ ଭଳି ଆଜି ବି ଦିନ ମଜୁରିଆ ଭାବେ କାମ କରିବା ପାଇଁ ୪ ଜଣ ଯୁବକ ବାଇକ୍ ଯୋଗେ  ଯାଉଥିଲେ। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଏକ ମାଲବାହୀ ଟ୍ରକଟି ଦ୍ରୁତ ଗତିରେ ଆସି  ୪ ଜଣଙ୍କୁ ଧକ୍କା ଦେଇଥିଲା।  ୪ଜଣ ବାଇକରୁ ଛିଟିକି ତଳେ ପଡ଼ିଯାଇଥିଲେ। ପରେ ଟ୍ରକଟି ସେମାନଙ୍କ ଉପରେ ଚଢ଼ିଯାଇଥିଲା।

ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେହି ଯୁବକଙ୍କର ମୃତ୍ୟୁ ଘଟିଛି। ପୁଲିସ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାପରେ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି। 

Advertisment
Roadaccident Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe