Advertisment

ପାର୍ଟି ସାରି ଫେରୁଥିଲେ; ଦୁର୍ଘଟଣାରେ ୪ ସାଙ୍ଗ ମୃତ

ସାଙ୍ଗର ପୁଲିସ ଚାକିରି ହୋଇଥିବା ଖୁସିରେ ପାର୍ଟି କରି ଫେରୁଥିଲେ। ଟ୍ରକକୁ ଧକ୍କା ଦେଲା କାର।

author-image
Debadatta Aryashrestha
Accident

Accident

ସାଙ୍ଗର ଖୁସିରେ ଭାଗିଦାର ହେବାକୁ ଯାଇଥିଲେ। ହେଲେ ଫେରିଲା ବେଳକୁ ବାଟରେ ଛକି ବସିଥିଲା ଯମ। ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ଗାଁର ୪ଜଣଙ୍କର ଜୀବନ ଦୀପ ଲିଭିଯାଇଛି। ଗୋଟିଏ ସାଙ୍ଗର ପୁଲିସ ଚାକିରି ହୋଇଥିବା ଖୁସିରେ ପାର୍ଟି କରି ଫେରୁଥିବାବେଳେ ଅମ୍ବାଜୋଗାଇ ନିକଟ ୱାଘାଲାଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅନ୍ୟ ୪ଜଣ ସାଙ୍ଗଙ୍କର ମୃତ୍ୟୁ ଘଟିଥିବା ପୁଲିସ ସୂଚନା ଦେଇଛି।

Advertisment

ମିଳିଥିବା ସୂଚନା ଅନୁସାରେ ଆଜିମ ପଶାମିୟା ଶୈଖ ନାମକ ଯୁବକ ନିକଟରେ ଷ୍ଟେଟ୍ ରିଜର୍ଭ ପୁଲିସ ଫୋର୍ସ (SRPF) ଚାକିରି ପାଇଁ ଚୟନ ହୋଇଛନ୍ତି। ଏହି ଖୁସିରେ ପାର୍ଟି କରିବା ପାଇଁ ସେ ଓ ତାଙ୍କର ପାଞ୍ଚଜଣ ସାଙ୍ଗ ମିଶି ସୋମବାର ରାତିରେ ମଂଜରଶୁମ୍ଭ ଯାଇଥିଲେ। ହେଲେ ଏଠାରୁ ଫେରିବାବେଳେ ସେମାନଙ୍କ କାର ଏକ ଟ୍ରକକୁ ଧକ୍କା ଦେଇଥିଲା। ଛତ୍ରପତି ଶମ୍ଭାଜୀ ନଗର -ଲାତୁର ରାସ୍ତାରେ ଥିବା ଅମ୍ବାଜୋଗାଇ ନିକଟ ୱାଘାଲାଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣାରେ ବାଲାଜୀ ଶଙ୍କର ମାନେ (୨୭), ଦୀପକ ଦିଲିପ ସୱାରେ (୩୦) ଓ ଫାରୁଖ ବାବୁମିୟାଁ ଶୈଖ (୩୦) ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ହ୍ରିତିକ ହନୁମନ୍ତ ଗାଏକୱାଡ (୨୪)ଙ୍କର ମୃତ୍ୟୁ ଘଟିଥିଲା। ତେବେ ଅନ୍ୟ ଦୁଇ ସାଙ୍ଗ ଆଜିମ ପଶାମିୟା ଶୈଖ (୩୦) ଓ ମୁବାରକ ସତ୍ତର ଶୈଖ (୨୮)ଙ୍କ ଅବସ୍ଥା ଏବେ ବି ଗୁରୁତର ଅଛି। ସେମାନେ ଅମ୍ବାଜୋଗାଇସ୍ଥିତ ସ୍ଵାମୀ ରାମାନନ୍ଦ ତୀର୍ଥ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ କରୁଥିବା କହିଛି।

Advertisment
Road Accident Maharashtra News 4 Friends Dies In Accident