/odisha-reporter/media/post_attachments/uploadimage/library/16_9/16_9_0/Telsa_1729861730.jpg)
Telsa
ଏଲନ ମସ୍କଙ୍କ କମ୍ପାନୀ ଟେସଲାର ଗୋଟିଏ କାର ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗି ଯିବାରୁ ଏହା ଭିତରେ ଥିବା ୪ ଭାରତୀୟ ପ୍ରାଣ ହରାଇଛନ୍ତି।
କାନାଡାର ଟୋରୋଣ୍ଟୋରେ ଗୁରୁବା ମଧ୍ୟରାତ୍ର ପରେ ଏପରି ଘଟଣା ଘଟିଛି। କାର୍ଟି ଡିଭାଇଡରରରେ ପିଟି ହୋଇଯିବାରୁ ଏତେ ବଡ଼ ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଟେସଲାର ଏହି କାରକୁ ଡ୍ରାଇଭର ଚଳାଉଥିଲେ ନା ଏହା ସେଲଫ ଡ୍ରାଇଭିଂ ମୋଡରେ ଥିଲା, ସେକଥା ସ୍ପଷ୍ଟ ହୋଇନି।
ମୃତକଙ୍କ ମଧ୍ୟରେ ଥିବା ୩୦ ବର୍ଷୀୟ କେତା ଗୋହିଲ ଓ ୨୬ ବର୍ଷୀୟ ନିଲ କୋହିଲ ହେଉଛି ଦୁଇ ଭଉଣୀ। ଏମାନଙ୍କ ଘର ଗୁଜରାଟର ଗୋଧ୍ରାରେ। ଏମାନେ ଆଉ ୨ ଜଣ ଭାରତୀୟ ଯୁବକଙ୍କ ସହ ଯାଉଥିଲେ। ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଛି। ୨ ଯୁବକଙ୍କ ମଧ୍ୟରୁ ଜଣେ ନିକଟରେ କାନାଡାର ନାଗରିକତା ମଧ୍ୟ ଗ୍ରହଣ କରିଥିଲେ।
ପୁଲିସ୍ କହିଛି ଯେ ୪ ଜଣ ଯାକ ଯାଉଥିବା ଟେସଲାଟି ପ୍ରଥମେ ଗୋଟିଏ ଡିଭାଇଡରରେ ପିଟି ହୋଇଥିଲା। ଏହାର ବେଗ ଅଧିକ ଥିବାରୁ ବ୍ୟାଟେରୀରେ ନିଆଁ ଲାଗି ଯାଇଥିଲା। ଫଳରେ କାର ଭିତରେ ଥିବା ସମସ୍ତ ୪ ଜଣଙ୍କ ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଥିଲା।
ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଦୁର୍ଘଟଣା ପୀଡ଼ିତଙ୍କୁ ସହଯୋଗ କରିବା ପାଇଁ ଅନେକ କାର ରାସ୍ତାରେ ଅଟକି ଥିଲା। ସେମାନଙ୍କ ମଧ୍ୟ କିଛି ଜଣ ଜଳୁ ଥିବା କାରର କାଚକୁ ଭାଙ୍ଗି ତା’ ଭିତରେ ଥିବା ଲୋକଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ କାହାକୁ ବି କାର ମଧ୍ୟରୁ ଜୀବନ୍ତ ଉଦ୍ଧାର କରାଯାଇ ପାରି ନଥିଲା।
ଟୋରୋଣ୍ଟୋ ଅଗ୍ନିଶମ ବାହିନୀର ଉପମୁଖ୍ୟ ଜିମ ଜେସୋପ କହିଛନ୍ତି, ଇଲେକ୍ଟ୍ରିକ କାରରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଅଧିକ ମାତ୍ରାର ପାଣି ଦରକାର। ଘଟଣାସ୍ଥଳରେ ଏତେ ମାତ୍ରାରେ ପାଣି ନଥିଲା। ନିଆଁ ଲିଭିବା ପରେ ହିଁ ଏହାର ବ୍ୟାଟେରୀକୁ ବାହାର କରି ନଷ୍ଟ କରାଯାଏ। ଦୁର୍ଘଟଣା ବେଳେ ସେପରି ସୁବିଧା ଉପଲବ୍ଧ ନଥିବା ସେ ସ୍ୱୀକାର କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
