Advertisment

ବସ୍‌କୁ ଧକ୍କା ଦେଲା ବସ୍‌; ୪ ଆହତ

ଦ୍ରୁତ ଗତିରେ ଗାଡ଼ି ଚଲାଇବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ବଲାଙ୍ଗିର ସହର ଭାଗିରଥି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସକୁ ଅନ୍ୟ ଏକ ବସ୍‌ ଧକ୍କା ଦେବାରୁ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ‘ଦିଲଦାର’ ନାମକ ବସ୍‌ ଯାତ୍ରୀମାନଙ୍କୁ ନେଇ ବଲାଙ୍ଗିରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ‘କିଙ୍ଗଫିସର’ ନାମକ ବସ ପଛରୁ ଆସି ‘ଦିଲଦାର’ ବସକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ‘କିଙ୍ଗଫିସର’ ବସ୍‌ର ୪ ଜଣ ଯାତ୍ରୀ ଆହତ ହୋଇଥିଲେ।

ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଦ୍ରୁତ ଗତିରେ ଗାଡ଼ି ଚଲାଇବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Bolangir Road Accident