ବଡ଼ଓଷାରେ ଅଘଟଣ ଘଟିଛି। ରାମେଶ୍ୱର ମନ୍ଦିରରୁ ପୂଜା କରି ଫେରିଲା ବେଳେ ମହୁମାଝି ଆକ୍ରମଣରେ ଗୋଟି ପରିବାରର ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ।
ଆହତମାନେ ହେଲେ ଜଗନ୍ନାଥପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପିପ୍ପଳା ଗାଁର ବାବୁ ରାଉତ, ତାଙ୍କ ସ୍ତ୍ରୀ ଶର୍ମିଷ୍ଠା ରାଉତ,୫ବର୍ଷର ପୁଅ ଜଗା ଓ ୮ବର୍ଷର ଝିଅ ପୁନମ ରାଉତ। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
Also Read
ଆଜି ସକାଳେ ବାବୁ ନିଜ ସ୍ତ୍ରୀ ଓ ଦୁଇ ପୁଅକୁ ନେଇ କାମାକ୍ଷାନଗର ଥାନା ଅନ୍ତର୍ଗତ କନ୍ଦରସିଂହାରେ ଥିବା ରାମେଶ୍ୱର ମନ୍ଦିରକୁ ଯାଇଥିଲେ। ଠାକୁରଙ୍କୁ ଦର୍ଶକ କରି ସାରି ବାଇକ୍ରେ ଫେରିଲା ବେଳେ ବାଟରେ ମହୁମାଛି ଆକ୍ରମଣ କରିଥିଲା।
ସମସ୍ତଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସମସ୍ତଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ପ୍ରତିଦିନ ଅନିଚ୍ଛାକୃତ ଆଘାତ ମୃତ୍ୟୁରେ ଯାଉଛି ୫୭ ଜୀବନ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ଷ୍ଟ୍ରାଟେଜି ରିପୋର୍ଟ ଅନୁସାରେ, ଅନିଚ୍ଛାକୃତ ଆଘାତ ମୃତ୍ୟୁ ଜାତୀୟ ହାର ଲକ୍ଷେରେ ୩୧.୨ । ଯାହାକି ଓଡ଼ିଶାର ୪୫.୬ ତୁଳନାରେ ଢେର୍ କମ୍ ରହିଛି। ଅନ୍ୟପକ୍ଷରେ ଅନିଚ୍ଛାକୃତ ଆଘାତ ମୃତ୍ୟୁରେ ୧୮ ରୁ ୬୦ ବର୍ଷ ବୟସ୍କଙ୍କ ସଂଖ୍ୟା ସର୍ବାଧିକ।
Accident
ତାମିଲନାଡୁରେ ଟ୍ରେନ ଦୁର୍ଘଟଣା: ଅନ୍ତର୍ଘାତୀ ନା ଆଉ କିଛି? ଅଧିକାରୀ ଦେଲେ ଉତ୍ତର
ଏକ୍ସପ୍ରେସ ଟ୍ରେନର ୧୨ରୁ ଅଧିକ ବଗି ଲାଇନଚ୍ୟୁତ ହେବା ସହ ୨ଟି ବଗିରେ ନିଆଁ ଲାଗି ଯାଇଥିଲା। ଏହି ଘଟଣାରେ ୧୯ ଜଣ ଆହତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି।
Accident
କେନାଲକୁ ଖସିଲା କାର୍, ଗୋଟିଏ ପରିବାରର ୭ ମୃତ
ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଚାରି ଜଣ ଛୋଟ ପିଲା ଅଛନ୍ତି।