Advertisment

ଠାକୁର ଦର୍ଶନ କରି ଫେରୁଥିଲେ; ଆକ୍ରମଣ କଲା ମହୁମାଛି

ଆଜି ସକାଳେ ବାବୁ ନିଜ ସ୍ତ୍ରୀ ଓ ଦୁଇ ପୁଅକୁ ନେଇ ରାମେଶ୍ୱର ମନ୍ଦିରକୁ ଯାଇଥିଲେ।

ଅଦ୍ୟତନ ହୋଇଛି
undefined

Bee attack

Advertisment

ବଡ଼ଓଷାରେ ଅଘଟଣ ଘଟିଛି। ରାମେଶ୍ୱର ମନ୍ଦିରରୁ ପୂଜା କରି ଫେରିଲା ବେଳେ ମହୁମାଝି ଆକ୍ରମଣରେ ଗୋଟି ପରିବାରର ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ।

Advertisment

ଆହତମାନେ ହେଲେ ଜଗନ୍ନାଥପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପିପ୍ପଳା ଗାଁର ବାବୁ ରାଉତ, ତାଙ୍କ ସ୍ତ୍ରୀ ଶର୍ମିଷ୍ଠା ରାଉତ,୫ବର୍ଷର ପୁଅ ଜଗା ଓ ୮ବର୍ଷର ଝିଅ ପୁନମ ରାଉତ। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 

ଆଜି ସକାଳେ ବାବୁ ନିଜ ସ୍ତ୍ରୀ ଓ ଦୁଇ ପୁଅକୁ ନେଇ କାମାକ୍ଷାନଗର ଥାନା ଅନ୍ତର୍ଗତ କନ୍ଦରସିଂହାରେ ଥିବା ରାମେଶ୍ୱର ମନ୍ଦିରକୁ ଯାଇଥିଲେ। ଠାକୁରଙ୍କୁ ଦର୍ଶକ କରି ସାରି ବାଇକ୍‌ରେ ଫେରିଲା ବେଳେ ବାଟରେ ମହୁମାଛି ଆକ୍ରମଣ କରିଥିଲା।

Advertisment

ସମସ୍ତଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସମସ୍ତଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe