Advertisment

ନିଶାସକ୍ତ ଚାଳକଙ୍କ ଉନ୍ମତ୍ତକାଣ୍ଡ; ୪ ଜଣଙ୍କ ଉପରେ ମଡ଼ାଇଦେଲେ କାର୍

ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ନିଶାସକ୍ତ କାର୍ ଡ୍ରାଇଭର ଉନ୍ମତ୍ତକାଣ୍ଡ। ଯିଏ ସାମନାରେ ପଡ଼ିଲା ତାଙ୍କୁ ଧକ୍କା ଦେଲା। ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡ୍ରାଇଭର ପ୍ରଶାନ୍ତ ମଲ୍ଲିକ ଓ କାରରେ ବସିଥିବା ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି କୁମ୍ଭାରପଡ଼ା ଥାନା ପୁଲିସ। ପୁରୀରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି। 

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମାର୍କେଟ ଛକ ପଟୁରୁ ଏକ କାର୍‌ ଦ୍ରୁତଗତିରେ ଆସି ପ୍ରଥମେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା। ପରେ ମାଉସୀ ମା' ମନ୍ଦିର ସମ୍ମୁଖରେ ସାଇକେଲରେ ଯାଉଥିବା ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା। ବଳଗଣ୍ଡି ଛକରେ ଗୋଟିଏ ସ୍କୁଟି ଓ ଡାକ୍ତରଖାନା ଛକରେ ଜଣଙ୍କୁ ଧକ୍କା ଦେଇଥିଲା।

ଏହାପରେ କୁମ୍ଭାରପଡ଼ା ଥାନା ଆଗରେ ଗାଡ଼ି ରଖି ଦୌଡ଼ି ପଳାଇବା ବେଳେ ଡ୍ରାଇଭର ଓ କାରରେ ବସିଥିବା ଯୁବକଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକ। ପରେ ପୁଲିସ ଜିମାରେ ଦେଇଥିଲେ। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। 

Advertisment
Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe