Advertisment

ପିକ୍‌ଅପ୍‌ ଭ୍ୟାନକୁ ପଛରୁ ଧକ୍କା ଦେଲା ଆମ୍ବୁଲାନ୍ସ; ୪ ଗୁରୁତର

ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Road Accident

Road Accident

Advertisment

ବାଲେଶ୍ୱର ଜିଲ୍ଲା ଏନ୍‌ଏଚ୍‌ ୧୬ ରୁପ୍‌ସା ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସଟି ପିକ୍‌ଅପ୍‌ ଭ୍ୟାନକୁ ପଛରୁ ଧକ୍କା ଦେବା ଫଳରେ ଆମ୍ବୁଲାନ୍ସର ଡ୍ରାଇଭର ଓ ହେଲପର ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ଆମ୍ବୁଲାନ୍ସଟି ଭୋଗରାଇ ବ୍ଲକ ଅର୍ନ୍ତଗତ ରାଣୀବସନ୍ତପୁରରୁ ରୋଗୀଙ୍କୁ ନେଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଭିମୁଖେ ଯାଉଥିଲା। ଏହି ସମୟରେ ରୂପସା ନିକଟରେ ଆମ୍ବୁଲାନ୍ସଟି ପିକ୍‌ଅପ୍‌ ଭ୍ୟାନ୍‌କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସର ଡ୍ରାଇଭର ଓ ହେଲପର ସମେତ ୪ ଜଣ ଆହତ ହୋଇଥିଲେ। ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଏକ ଆମ୍ବୁଲାନ୍ସରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭରର କିଛି ହୋଇନାହିଁ।

Advertisment
Balasore Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe