Accident
କାର୍କୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ଅନ୍ୟ କାର୍। ରାଜଧାନୀ ଭୁବନେଶ୍ୱର ସ୍ଥିତ ରେଣ୍ଟାଲ କଲୋନୀରୁ ଭରତପୁର ଯିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ଏକ କାରଟି ଦ୍ରୁତ ଗତିରେ ଆସି ରାସ୍ତାକଡ଼ରେ ଥିବା କାର୍କୁ ଧକ୍କା ଦେଇଥିଲା। ପରେ ଦୁର୍ଘଟଣାଗ୍ରସ୍ତ କାର୍ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୪ ଜଣ ହୋଇଥିଲେ। ରାସ୍ତାଉପରେ କାରଟି ଓଲଟି ପଡ଼ିଥିବାରୁ ଯାତାୟତ ପ୍ରଭାବିତ ହୋଇଥିଲା।
ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍କୁ ଓଠାଇବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1730946138.jpg)