/odisha-reporter/media/post_attachments/uploadimage/library/16_9/16_9_0/Accident_1730605376.jpg)
Accident
ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। ଦୁର୍ଘଟଣାରେ ୪ ଜଣ ସାଙ୍ଗ ଆହତ ହୋଇଛନ୍ତି। ବୌଦ୍ଧ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଗେଟାମୁଣ୍ଡା ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆହତମାନେ ହେଲେ ଶ୍ରୀରାମ ଅଗ୍ରୱାଲ,କ୍ରିସ୍ ଅଗ୍ରୱାଲ, ଧ୍ରୁବ ସାହୁ ଓ ରୋହିତ ସାହୁ।
Advertisment
ଗତକାଲି ରାତିରେ ୪ ଜଣ ସାଙ୍ଗ କାର୍ ଯୋଗେ ବୌଦ୍ଧରୁ ଫୁଲବାଣୀ ଅଭିମୁଖେ ଯାଉଥିଲେ। କନ୍ଧମାଳ ସୀମାନ୍ତ ଘୋଡାଡିଆଁ ନିକଟରେ କାର୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇଥିଲା।
ଦୁର୍ଘଟଣାରେ ୪ ଜଣ ସାଙ୍ଗ ଆହତ ହୋଇଛନ୍ତି। ଆହତ ଯୁବକଙ୍କୁ ପ୍ରଥମେ ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପୁରୁଣାକଟକ ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
